spot_img

Latest Posts

ମୋବାଇଲକୁ ଆସିଲା ଲିଙ୍କ୍, କ୍ଲିକ୍ କରିବା ମାତ୍ରେ ୧ ଲକ୍ଷ ୭୦ହଜାର ଗାୟବ

ଆନନ୍ଦପୁର: ଦିନକୁ ଦିନ ସାଇବର କ୍ରଇମ୍ ବଢିବାରେ ଲାଗିଥିବାବେଳେ ହ୍ୟାକର ମାନେ ବିଭିନ୍ନ ଫନ୍ଧି ଆପଣାଇ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟିନେଉଛନ୍ତି।  ଏହିଭଳି ସାଇବର ଲୁଟର ଶିକାର ହୋଇଛନ୍ତି ଆନନ୍ଦପୁର ଘସିପୁରାର ଜଣେ ଯୁବ ବ୍ୟବସାୟୀ ରାଜେନ୍ଦ୍ର ସାହୁ।

ରାଜେନ୍ଦ୍ରଙ୍କ ମୋବାଇଲକୁ ଷ୍ଟେଟ୍ ବ୍ୟାଙ୍କର ୟୋନା ଆପରେ ନମ୍ବର ଅପଡେଟ୍ ପାଇଁ ଏକ ଏସ୍ଏମ୍ଏସ୍ ସହ ଲିଙ୍କ ଆସିଥିଲା । ଲିଙ୍କକୁ ଖୋଲିବା ପରେ ରାଜେନ୍ଦ୍ର ସାଇବର ଲୁଟେରାଙ୍କ ଜାଲରେ ଛନ୍ଧି ହୋଇଯାଇଥିଲେ। କିଛି ସମୟ ପରେ ଆଉ ଆପ୍ ଖୋଲିନଥିଲା। ସାଇବର ଲୁଟେରା ରାଜେନ୍ଦ୍ରଙ୍କୁ ଫୋନ୍ ପରେ ଫୋନ୍ କରି ବ୍ୟସ୍ତ ରଖିବାକୁ ଚେଷ୍ଟା କରିଥିଲେ। ପରେ ପରେ ୧୦ ହଜାର, ୨୦ ହଜାର ଓ ୧ଲକ୍ଷ ୪୦ହଜାର ଶହେଟଙ୍କା ଗାୟବ କରିନେଇଥିଲେ ଲୁଟେରା। ରାଜେନ୍ଦ୍ର ଏହି ଘଟଣାକୁ ନେଇ ସାଇବର ପୋଲିସ୍ , ଘସିପୁରା ଥାନା ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି।

Latest Posts

Don't Miss