ଗ୍ୟାସ ନେଇଗଲା କ୍ୟାସ୍

1 min read

ଅନଲାଇନ ଠକଙ୍କ ଜାଲରେ ଭୁବନେଶ୍ବରର ଦମ୍ପତି ।  ମାତ୍ର କେଇ ସେକେଣ୍ଡରେ ଆକାଉଣ୍ଟରୁ ଗାଏବ ହୋଇଗଲା ଟଙ୍କା ।  ସ୍ୱାମୀ ସ୍ତ୍ରୀଙ୍କ ଆକାଉଣ୍ଟରୁ ସାଇବର ଠକ ଲୁଟିଲେ ୬୫ ହଜାର ଟଙ୍କା ।  ଭୁବନେଶ୍ୱରର ନୋବେଲ ଇଣ୍ଡେନ ଗ୍ୟାସ ଏଜେନ୍ସିରୁ ନୂଆ ଗ୍ୟାସ କନେକସନ ପାଇଁ ଫୋନରେ ଯୋଗାଯୋଗ କଲେ ସୂର୍ଯ୍ୟଶିଖା ।

ଗୁଗୁଲ ଦ୍ଵାରା ନମ୍ବର ଯ଼ୋଗାଡ କରି ୯୩୩୭୧୩୮୩୧୦କୁ କଲ କଲେ । ଗୁଗୁଲ ପେରେ ୯୩୩୭୧୩୮୭୧୦ ରେ ୧୦ ଟଙ୍କା ଡିପୋଜିଟ କରିବା ପାଇଁ ଜଣେ ବ୍ୟକ୍ତି କହିଲେ ।  ନିଜର ଗୁଗୁଲ ପେ ନଥିବାରୁ ସ୍ବାମୀଙ୍କୁ କହିଲେ ।

ସ୍ବାମୀ ନିଜ ଆକାଉଣ୍ଟରୁ ସଙ୍ଗେ ସଙ୍ଗେ ୧୦ ଟଙ୍କା ଡିପୋଜିଟ କଲେ ।  ଏହାପରେ ଆସିଲା ଗୋଟିଏ ଲିଙ୍କ । ଏହି ଲିଙ୍କକୁ ଅନ୍ୟ ଏକ ନମ୍ବରରେ ପଠାଇବା ପାଇଁ ସାଇବର ଠକ କହିଲେ । ଲିଙ୍କ ପଠାଇବାର କେଇ ସେକେଣ୍ଡ ପରେ ଯାହା ଘଟିଲା ତାହା ବିଶ୍ବାସ ବାହାରେ ଥିଲା ।

ମାତ୍ର କେଇ ସେକେଣ୍ଡରେ ୬୫ ହଜାର ଟଙ୍କା ଲୁଟିନେଲେ ସାଇବର ଠକ । ଭୁବନେଶ୍ବର ମଞ୍ଚେଶ୍ବର ସ୍ଥିତ ନୋବଲ ଇଣ୍ଡେନ ଗ୍ୟାସ ଏଜେନ୍ସିରେ ଏ ସଂପର୍କରେ ପଚାରିବାରୁ ଏ ବିଷୟରେ ଜାଣି ନ ଥିବା ସଂସ୍ଥା ପରିଚାଳକ  କହିଛନ୍ତି ।

ଗ୍ୟାସ ବୁକ୍ କରିଥିବା ନମ୍ବରକୁ କଲ କଲେ ନମ୍ବର ଭୁଲ ଅଛି କହି କଲ କାଟି ଦେଉଛି ସାଇବର ଠକ । ଏନେଇ ସହୀଦ ନଗର ଥାନାରେ ସୂର୍ଯ୍ୟଶିଖା ଏତଲା ଦେଇଛନ୍ତି  ।

କେବଳ ଏଟିଏମର ପିନ୍ ନମ୍ବର ସେୟାର କଲେ ବା ଏଟିଏମର ଡିଟେଲ୍ସ ପାଇଲେ ସାଇବର ଠକ ଟଙ୍କା ଲୁଟି ନେବେ ତାହା ନୁହଁ ।  ଆପଣ ଏଭଳି ଠକାମୀର ବି ଶିକାର ହୋଇପାରନ୍ତି । ଏଭଳି କୌଣସି ଲିଙ୍କ୍ ଆସିଲେ ଆପଣ କାହାରି ମୋବାଇଲକୁ ସେୟାର କରନ୍ତୁ ନାହିଁ । ')}

Leave a Reply