ନନ୍ଦିଘୋଷ ବ୍ୟୁରୋ ; ଆଜିକାଲି ସାଇବର ଠକମାନେ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି । ଏବେ ଏମିତି ଏକ ମାମଲା ସାମ୍ନାକୁ ଆସିଛି । ଓଟିପି ଓ କୋର୍ଡ ବିନା ଆକାଉଣ୍ଟରୁ ଟଙ୍କା ଉଠାଇନେଇଛନ୍ତି ଲୁଟେରା । ଝାଡଖଣ୍ଡରେ ଜଣେ ବୃଦ୍ଧା ମହିଳାଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ବିନା OTP ଓ କୋର୍ଡରେ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟରୁ ଖାଲି କରିଦେଇଛନ୍ତି ।
ଝାଡଖଣ୍ଡରେ ବୃଦ୍ଧାଙ୍କ ସହ ଘଟିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜଣେ ବୃଦ୍ଧାଙ୍କୁ ପିଏମ କିଶାନ ଯୋଜନାର ସୁବିଧା ଯୋଗାଇଦେବାକୁ କରି ଲୁଟେରା ଟଙ୍କା ଲୁଟିନେଇଛି । କୌଶଳ କରି ବୃଦ୍ଧାଙ୍କ ଆଖି ସ୍କାନ କରି ବ୍ୟାଙ୍କ ଆକାଣ୍ଟର ଟଙ୍କା ଉଠାଇ ନେଇଛି । ଯେତେବେଳେ ବୃଦ୍ଧା ଜଣଙ୍କ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ, ସେତେବେଳେ ସେ ଆକାଉଣ୍ଟରେ ଟଙ୍କା ନଥିବା କଥା ଜାଣିବାକୁ ପାଇଲେ ।
ଆଜିକାଲି ପ୍ରାୟ ସବୁ ବ୍ୟାଙ୍କରେ ଆଧାରକାର୍ଡ ଲିଙ୍କ ରହୁଛି । ଏହି କାରଣରୁ ବାଓମେଟ୍ରିକ ସ୍କାନ ବା ଆଙ୍ଗୁଠି ଓ ଆଖି ସ୍କାନ କରି ଟଙ୍କା ଉଠାଇ ହେଉଛି । ଲୁଟେରା ଜଣଙ୍କ ମଦ୍ୟ ମହିଳାଙ୍କ ଆଧାରକାର୍ଡ ନମ୍ବର ବ୍ୟବହାର କରି, ତାଙ୍କ ଅଜଣାରେ ଟଙ୍କା ଉଠାଇ ନେଇଛି ।
https://www.youtube.com/watch?v=4G3llhV16Jo
ଆପଣଙ୍କର ବ୍ୟକ୍ତିଗତ ଡକ୍ୟୁମେଣ୍ଟ, ବିଶେଷକରି ଆଧାର କାର୍ଡ, କାହାକୁ ଦେବାରୁ ଦୂରେଇ ରୁହନ୍ତୁ। ଯଦି ଆପଣଙ୍କୁ ଏହାକୁ ସେୟାର କରିବାକୁ ପଡ଼େ, ତେବେ UIDAI ୱେବସାଇଟରୁ ଡାଉନଲୋଡ୍ କରାଯାଇପାରିବ ବୋଲି ଭର୍ଚୁଆଲ୍ ଆଧାର ନମ୍ବର ବ୍ୟବହାର କରନ୍ତୁ।
UIDAI ୱେବସାଇଟ୍ ଆପଣଙ୍କୁ କାର୍ଡରେ ଥିବା ବାୟୋମେଟ୍ରିକ୍ ସୂଚନାକୁ ଲକ୍ କରିବାକୁ ମଧ୍ୟ ଅନୁମତି ଦିଏ। ଏହାର ଅର୍ଥ ହେଉଛି କେହି ଆପଣଙ୍କ ତଥ୍ୟକୁ ଆକ୍ସେସ୍ କରିବା ପାଇଁ ଆପଣଙ୍କର ଟିପଚିହ୍ନ କିମ୍ବା ଆଇରିସ୍ ସ୍କାନ ବ୍ୟବହାର କରିପାରିବେ ନାହିଁ। ତଥାପି, ଆପଣଙ୍କୁ ପ୍ରତ୍ୟେକ ଥର ବାୟୋମେଟ୍ରିକ୍ ସେବା ବ୍ୟବହାର କରିବା ସମୟରେ ଏହାକୁ ମାନୁଆଲୀ ଅନଲକ୍ କରିବାକୁ ପଡିବ ଓ ପରେ ପୁଣି ଥରେ ଲକ୍ କରିବାକୁ ପଡିବ।

