ସାଇବର୍ ଫ୍ରଡର ନୂଆ ତରିକା, କ୍ଲିକ୍ କଲେ ତ ଫସିବେ…

1 min read

ଭୁବନେଶ୍ବର: ଆପଣଙ୍କ ପାଖକୁ ଆସୁଛି କି ମୁଭି ରେଟିଂ ମେସେଜ । କ୍ରେଡିଟ କାର୍ଡରେ ରିଓ୍ବାଡ ପାଇଁ ବାରମ୍ବାର ମେସେଜ ଆସୁଛି କି? ଯଦି ଏମିତି ମେସେଜ ଆସୁଛି ତାହାଲେ ସାବଧାନ ହୋଇଯାଆନ୍ତୁ । କାରଣ ଏମିତି ବିଭିନ୍ନ ପ୍ରକାର ମେସେଜ କରି ଆପଣଙ୍କ ଆକାଉଣ୍ଟ ଖାଲି କରିପାରନ୍ତି ଠକ ।

ଏବେ ଫ୍ରଡ କେସ୍ ଦିନକୁ ଦିନ ହେବ ବଢ଼ି ଚାଲିଛି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ ଯେ, ପୂର୍ବ ବର୍ଷ ଏ ନେଇ ୨୦ ଲକ୍ଷରୁ ଅଧିକ ମାମଲା ରୁଜୁ କରାଯାଇଛି । ୪୦ ହଜାରରୁ ଅଧିକ ଏଫଆଇଆର କରାଯାଇଛି । ଲଗାତାର ଏପରି ମାମଲା ବଢ଼ୁଥିବାରୁ ସାଇବର୍ ଏକ୍ସପର୍ଟ ସତର୍କ ରହିବାକୁ ପରାମର୍ଶ ଦେଉଛନ୍ତି ।

ଆପଣଙ୍କୁ ଏପରି ସାଇବର୍ ଫ୍ରଡ୍ ବିଷୟରେ କହିବାକୁ ଯାଉଛୁ ଯେଉଁ ଫ୍ରଡ ଏବେ ବହୁ ଲୋକଙ୍କ ସହ ହେଉଛି । ଜାଣନ୍ତୁ କିପରି ମେସେଜ କରି ଫ୍ରଡ ହୋଇଥାଏ ।

୧, ମୁଭି ରେଟିଂ ମେସେଜ

କିଛି ଦିନ ପୂର୍ବରୁ ଜଣେ ମହିଳା ମୁଭି ରେଟିଂ ଦେବାକୁ ଯାଇ ଫ୍ରଡର ଶିକାର ହୋଇଛନ୍ତି । ତାଙ୍କ ଆକାଉଣ୍ଟରୁ କଟି ଯାଇଛି ୧୨ ଲକ୍ଷ ଟଙ୍କା । ପ୍ରଥମେ ମହିଳାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା । ଏଥିରେ ଲେଖାଥିଲା ଆପଣ ଘରେ ବସି ମୁଭି ରେଟିଂ ଦେଇ ଟଙ୍କା କମାନ୍ତୁ । ଏହି ମେସେଜ ଦେଖି ମହିଳା ଏପରି ଫସିଲେ ଯେ, ଆକାଉଣ୍ଟରୁ କଟିଗଲା ୧୨ ଲକ୍ଷ ଟଙ୍କା । ଲୁଟେରା ମହିଳାଙ୍କୁ ଲିଙ୍କ ଦେଇ ୩୦ ଥର କ୍ଲିକ୍ କରିବାକୁ କହିଥିଲେ । ଏହା ପୂର୍ବରୁ ଲୁଟେରା ମହିଳାଙ୍କଠାରୁ ୧୦ ହଜାର ଟଙ୍କା ନେଇଥିଲେ । ଆକାଉଣ୍ଟରୁ ଟଙ୍କା କଟିବା ଜାଣିବା ପରେ ମହିଳା ପୋଲିସରେ ଏଫଆଇଆର ଦେଇଥିଲେ ।

୨, କ୍ରେଡିଟ କାର୍ଡ ରିଓ୍ବାଡ

ଆପଣଙ୍କ କ୍ରେଡିଟ କାର୍ଡରେ ଅଫର ଅଛି ଜଲଦି ସପିଂ କରିଦିଅନ୍ତୁ । ଏମିତି ଲେଖାଥିବା ମେସେଜ ଆପଣଙ୍କ ପାଖକୁ ଆସିଥିବ ନିଶ୍ଚୟ । ଏପରି କ୍ରେଡିଟ କାର୍ଡ ଅଫର ଲୋଭରେ ଜଣେ ମହିଳା ଫ୍ରଡର ଶିକାର ହୋଇଛନ୍ତି । ପ୍ରଥମେ ନାମିଦାମି ବ୍ୟାଙ୍କର ଅଧିକାରୀ ବୋଲି କହି ଲିଙ୍କ ପଠାନ୍ତି ଏବଂ ସବୁ ଡିଟେଲ ଦେବାକୁ କୁହନ୍ତି । ଆପଣ ଯଦି ତାଙ୍କ କଥାରେ ଫସି ଫର୍ମ ପୂରଣ କରିଦିଅନ୍ତି ତାହାଲେ ସରିଲା କଥା । ଖାଲି ହୋଇଯାଏ ବ୍ୟାଙ୍କ ଆକାଇଣ୍ଟ । ଜଣେ ବ୍ୟକ୍ତ ଏପରି ଫ୍ରଡର ଶିକାର ହୋଇ ୨୨ ହଜାର ଟଙ୍କା ହରାଇଛନ୍ତି ।

୩, ବିଜୁଳି ବିଲ ପଇଠ
ଜଣେ ବ୍ୟକ୍ତିଙ୍କ ପାଖକୁ ମେସେଜ ଆସିଲା ଆପଣ ବିଜୁଳି ବିଲ ଦେଇ ନାହାନ୍ତି । ଆଜି ରାତି ସାଢ଼େ ୯ଟାରେ ଆପଣଙ୍କ ଘରୁ ବିଜୁଳି କାଟିଦିଆଯିବ । ଯଦି ବିଲ ଦେବାକୁ ଚାହାନ୍ତି ତାହାଲେ ଏହି ଆପ୍ ଡାଉନଲୋଡ କରନ୍ତୁ । ଏମିତି କହି ଜଣେ ବ୍ୟକ୍ତିଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

୪, ଏଟିଏମ ବ୍ଲକ୍

ଏଟିଏମ ମାଧ୍ୟମରେ ବହୁ ଠକେଇ ସାମ୍ନାକୁ ଆସୁଛି । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ଏହି ଏଟିଏମ ପାଇଁ ଠକେର ଶିକାର ହୋଇଛନ୍ତି । ଜଣେ ବ୍ୟକ୍ତି ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିଲେ ଏଟିଏମରେ ତାଙ୍କ କାର୍ଡ ମେସିନରେ ଫସି ଯାଇଥିଲା । ବ୍ୟକ୍ତି ଜଣଙ୍କ ସେଠାରେ ଲେଖାଥିବା କଷ୍ଟମର କେୟାର ନମ୍ବରକୁ ଫୋନ କରିଥିଲେ । କଷ୍ଟମର କେୟାର କହିଥିଲା ଯେ, ଆପଣ କାର୍ଡ ସେଠାରେ ଛାଡ଼ି ଯାଆନ୍ତୁ । କାଲି ଇଞ୍ଜିନିୟର ଆସିଲେ ବାହାର କରାଯିବ । ଏମିତି କହି ଠକ ଆକାଉଣ୍ଟରୁ ୫୧ ହଜାର ଟଙ୍କା ଠକିନେଇଛି । କଷ୍ଟମର କେୟାର ନମ୍ବର ଯାଗାରେ ଠକ ତା ନମ୍ବର ଲଗାଇଦେଇଥିଲା । ଏଟିଏମରେ କେହି ସୁରକ୍ଷାକର୍ମୀ ନଥିବାରୁ ଠକ ଏହାର ସୁଯୋଗ ନେଇଥିଲା ।

୫, ଓ୍ବର୍କ ଫର୍ମ ହୋମ୍ ଜବ୍

ଘରେ ବସି କାମ କରି ଟଙ୍କା ରୋଜଗାର କରନ୍ତୁ ବୋଲି ସୋସିଆଲ ମିଡିଆରେ ଦେଖି ଜଣେ ମହିଳା ଠକେଇର ଶିକାର ହୋଇଛନ୍ତି । ଠକ ଜଣଙ୍କ ପ୍ରଥମେ କିଛି ଟଙ୍କା ଜମା କରିବାକୁ କହି ମହିଳାଙ୍କଠାରୁ ଲୁଟି ନେଇଛି ଲକ୍ଷାଧିକ ଟଙ୍କା ।

କେବଳ ଏତିକି ନୁହେଁ ପେଟିଏମ, OLX ଜରିଆରେ ମଧ୍ୟ ବହୁ ଫ୍ରଡ ହେଉଥିବା ସାମ୍ନାକୁ ଆସିଛି । ତେଣୁ ଆପଣଙ୍କୁ ଯଦି ଏପରି ମେସେଜ ଆସୁଛି ତାହାଲେ ସତର୍କ ରୁହନ୍ତୁ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।