spot_img

Latest Posts

ୟୁଟ୍ୟୁବ ଚ୍ୟାନେଲ କିଣିବା ନାଁରେ ଲୁଟ୍ , ହାତକଡ଼ି ପିନ୍ଧିଲା ଠକ

ଭୁବନେଶ୍ୱର: ଗତ ୧୩ ତାରିଖରେ ଅଭିଯୋଗ ହୋଇଥିଲା , ୨୪ ତାରିଖରେ ଅଭିଯୁକ୍ତ ଗିରଫ ହେଲା  । ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏକ ଠକେଇ ମାମଲା ରୁଜୁ କରାଯାଇଥିଲା। ଉକ୍ତ ମାମଲାର ତଦନ୍ତକରି ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ପୋଲିସ ଟିମ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ଗୁରୁବାର କୋର୍ଟ ଚାଲାଣ କରିଛନ୍ତି।

ଅଭିଯୋଗକାରୀ ପୁରୀ ଜିଲ୍ଲା ଅନ୍ତର୍ଗତ ପିପିଲି ଥାନା ପରିସରଭୁକ୍ତ ଶାରଳା ଗ୍ରାମରେ ରୁହନ୍ତି। ଗତ ତା ୦୭.୦୩.୨୦୨୨ ରିଖରେ ଅଭିଯୋଗକାରୀ ଏକ (୭୭୩୫୩୦୬୭୭୦) ମୋବାଇଲ ନମ୍ବର ରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ କିଣିବାନେଇ ଅଭିଯୁକ୍ତଙ୍କ ସହିତ କଥା ହୋଇଥିଲେ ଏବଂ ଚ୍ୟାନେଲ କିଣିବା ବାବଦକୁ ୩୦,୩୦୦/- ଟଙ୍କା ଅଭିଯୁକ୍ତ ତାଙ୍କର ଜଣେ ପ୍ରତିନିଧିଙ୍କ ଫୋନ-ପେ ଏକାଉଣ୍ଟ ସାହାଯ୍ୟରେ ନେବାପରେ ପରେ ମଧ୍ୟ ଏକ ନକଲି ୟୁଟ୍ୟୁବ ଚ୍ୟାନେଲ ଲିଙ୍କ୍ ଦେଇଥିଲେ। ଅଭିଯୋଗକାରୀ ଏନେଇ ଅଭିଯୁକ୍ତଙ୍କୁ ପଚାରିବା ପରେ ଅଭିଯୁକ୍ତ ଜଣକ ଅଭିଯୋଗକାରୀଙ୍କର ଫୋନ ନମ୍ବରକୁ ବ୍ଲକ କରିଦେବାରୁ ଅଭିଯୋଗକାରୀ ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ନିମ୍ନୋକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଉପୋରୋକ୍ତ ମାମଲା ଲିଖିତ ଆକାରରେ ଦେଇଥିଲେ।

ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ ଏହି ମାମଲାର ତଦନ୍ତ କରିବା ପରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ଅଧିକ ତଦନ୍ତ ପାଇଁ ଥାନାକୁ ଆଣିଥିଲେ।ତଦନ୍ତରୁ ଜଣା ପଡିଛି ଯେ, ଅଭିଯୁକ୍ତ ଜଣେ କଲେଜ ପଢୁଆ ଛାତ୍ର ଏବଂ ସେ ନିଜକୁ ଜଣେ ପେଶାଗତ ଭାବେ ଆଇଟି ବ୍ୟକ୍ତିଙ୍କ ପରିଚୟଦେଇ ଅନଲାଇନରେ ବନ୍ଧୁତ୍ଵ ସ୍ଥାପନ କରିବା ସହିତ  ୟୁଟ୍ୟୁବ ଚ୍ୟାନେଲ ବିକ୍ରୟ ପ୍ରଲୋଭନ ଦେଖାଇ ଟଙ୍କା ରୋଜଗାର ନିଶାରେ ଭୁବନେଶ୍ୱର ଓ ତାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କୁ ଠକୁଥିଲେ ।  ବର୍ତ୍ତମାନ ମଧ୍ୟ ଏହି ଅଭିଯୋଗର କେସ ଜାରି ରହିଥିବା ସୂଚନା ମିଳିଛି  ।

 

Latest Posts

Don't Miss