ପାକିସ୍ତାନ ନ୍ୟାସନାଲ୍ ବ୍ୟାଙ୍କ ଉପରେ ସାଇବର ଆଟାକ

1 min read

ପାକିସ୍ତାନ : ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କ ସର୍ଭର ଉପରେ ସାଇବର ଆଟାକ୍ ହୋଇଥିବା ଜଣାପଡ଼ିଛି  । ଏହି ଘଟଣା ପରେ ବ୍ୟାଙ୍କର କିଛି ସେବାକୁ କିଛି ଦିନ ପାଇଁ ବନ୍ଦ କରିଦିଆଯାଇଛି ବୋଲି ପାକିସ୍ତାନ ବ୍ୟାଙ୍କ ଆଜି ଘୋଷଣା କରିଛି  । ଅବଶ୍ୟ ବ୍ୟାଙ୍କର ସମସ୍ତ ଡାଟା ଓ ବ୍ୟାଙ୍କରେ ଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ଅଛି  । ବ୍ୟାଙ୍କର କୈାଣସି କ୍ଷତି ହୋଇନାହିଁ  । ମାତ୍ର ବ୍ୟାଙ୍କର ସାଇବର ସିକ୍ୟୁରିଟି ସହ ଜଡ଼ିତ ଏହି ମାମଲାର ଯାଞ୍ଚ କରାଯାଉଛି ବୋଲି ପାକିସ୍ତାନ ବ୍ୟାଙ୍କ ସୂଚନା ଦେଇଛି  । ସେ ଏହା ମଧ୍ୟ କହିଛିଯେ ଅନ୍ୟ କୈାଣସି ବ୍ୟାଙ୍କ ଏଭଳି ସାଇବର ଆଟାକର ଏ ଯାଏ ରିପୋର୍ଟ କରିନାହାଁନ୍ତି  ।

ବ୍ୟାଙ୍କର ସବୁ ସିସଟମ୍ ଠିକ୍ ଭାବେ କାମ କରୁଛି କି ନାଇ ବର୍ତ୍ତମାନ ଏହାର ସଠିକ୍ ଯାଞ୍ଚ କରଯାଉଛି ବୋଲି ବ୍ୟାଙ୍କ କହିଛି  । ନ୍ୟାସନାଲ ବ୍ୟାଙ୍କର କହିବା ଅନୁସାରେ ୨୯ ଅକ୍ଟୋବର ରାତି ଏବଂ ୩୦ ଅକ୍ଟୋବର ସକାଳ ସମୟରେ ବ୍ୟାଙ୍କ ସର୍ଭର ସିସଟମରେ ସାଇବର ଆଟାକ ଡିଟେକ୍ଟ କରାଯାଇଥିଲା  । ବ୍ୟାଙ୍କ ଉପରେ ସାଇବର ଆଟାକ ହୋଇଛି ବୋଲି ଏଥିରୁ ଜଣାପଡ଼ିଥିଲା  । ଏହାପରେ ୪୦ରୁ ୫୦ ଲୋକାଲ ଏବଂ ଇଣ୍ଟରନ୍ୟାସନାଲ ଏକ୍ସପର୍ଟଙ୍କ ମିଳିତ ଉଦ୍ୟମରେ ବ୍ୟାଙ୍କର ସର୍ଭର ସିସଟମରେ ହେବାକୁ ଯାଉଥିବା ହ୍ୟାକ୍ ଭଳି ବଡ଼ ବିପଦରୁ ବର୍ତ୍ତି ପାରିଥିଲା  ।

ସୋମବାରଠାରୁ ଆରମ୍ଭ ହେବ ସେବା :

ମାଇକ୍ରୋସଫ୍ଟ ସହ ତିନୋଟି ପ୍ରଫେସନାଲ କମ୍ପାନୀ ସୋମବାର ଯାଏ ସେବାଗୁଡ଼ିକୁ ଚାଲୁ କରିବାକୁ ଚେଷ୍ଟା ଚଳାଇଛନ୍ତି ବୋଲି ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କର ପ୍ରେସିଡେଣ୍ଟ୍ ଆରିଫ ଉସମାନି ସୂଚନା ଦେଇଛନ୍ତି  । ସୋମବାର ସୁଦ୍ଧା ବ୍ୟାଙ୍କର ସମସ୍ତ ସେବାଗୁଡ଼ିକୁ ଚାଲୁ କରିବାକୁ ହିଁ ପଡ଼ିବ ବୋଲି ସେ କହିଛନ୍ତି  । ସରକାରଙ୍କ ତରଫରପ ଆମେ ପ୍ରତ୍ୟେକ ମାସ ୧ ତାରିଖରେ ବ୍ୟାଙ୍କ କର୍ମଚାରୀଙ୍କୁ ଦରମା ଦିଆଯାଏ  । ସୋମବାର ୧ ତାରିଖ ହୋଇଥିବାରୁ କାଲି ସୁଦ୍ଧା ବ୍ୟାଙ୍କର ସମସ୍ତ ସର୍ଭର ଠିକ୍ କରି ସେବାଗୁଡ଼ିକୁ ଚାଲୁ କରିବାକୁ ହିଁ ପଡ଼ିବ  ।

ଉସମାନୀ ଏହା ମଧ୍ୟ କହିଛନ୍ତିଯେ ଏହି ଆଟାକ୍ ଯେପରି ଫେଡରାଲ ବୋର୍ଡ ଅଫ୍ ରେଭିନ୍ୟୁ(FBR) ଉପରେ ହୋଇଥିଲା ଠିକ୍ ସେହିଭଳି  । ପାଖାପାଖି ଅଢ଼େଇ ମାସ ପୂର୍ବରୁ FBR ଉପରେ ଏହି ଆଟାକ ହୋଇଥିଲା ଏବଂ ବ୍ୟାଙ୍କକୁ ଏଥିରୁ ମୁକୁଳିବା ପାଇଁ ପ୍ରାୟ ଦୁଇ ସପ୍ତାହ ସମୟ ଲାଗିଥିଲା  । ମାତ୍ର ମାଇକ୍ରୋସଫ୍ଟ ଏବଂ ଅନ୍ୟ ନ୍ୟାସନାଲ କମ୍ପାନୀର ସହଯୋଗ ଯୋଗୁଁ ପାକିସ୍ତାନ ନ୍ୟାସନାଲ ବ୍ୟାଙ୍କ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି  ।

Leave a Reply