କାହାକୁ ଦିଆଯିବ ଝିଅର ଦାୟିତ୍ୱ ଆଜି ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: କୁନି ଝିଅ କାହାର ? ଜନ୍ମକଲା ମାଆର ନା ଲାଳନ ପାଳନ କରି ବଡ଼ କରିଥିବା ମାଆର। ଝିଅ ପାଇଁ ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଦୁଇ ମାଆଙ୍କ ମଧ୍ୟରେ ଟଣାଓଟରା ମାମଲା। ଆଜି ସିଡବ୍ଲୁସିର ପୂର୍ଣ୍ଣାଙ୍ଗ ବେଞ୍ଚ ଝିଅର ଥଇଥାନ ନେଇ ନିଷ୍ପତ୍ତି ନେବେ । ପାଳି ପୋଷି ବଡ଼ କରିଥିବା ମାଆ ଟୁନି ବିଷୋୟୀଙ୍କ ଅଭିଯୋଗ ଅନୁସାରେ ଝିଅର ବାପା ସନ୍ତୋଷ ପ୍ରଧାନ ୯ବର୍ଷ ତଳେ ରେଳ ଧାରଣାରୁ କନ୍ୟା ସନ୍ତାନକୁ ପାଇଥିବା କହି ତାଙ୍କ ହାତକୁ ଟେକି ଦେଇଥିଲେ। ମଝିରେ ମଝିରେ ଝିଅକୁ ଦେଖିବାକୁ ଆସୁଥିଲେ। ଏପରିକି ଝିଅଠୁ ରାକ୍ଷୀ ବି ବାନ୍ଧୁଥିଲେ। ଏବେ କହୁଛନ୍ତି ଝିଅ ତାଙ୍କର ବୋଲି  । ୯ବର୍ଷ ହେଲା କୁଆଡେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ଟୁନି।

ସେପଟେ ସନ୍ତୋଷ ଓ ତାଙ୍କ ପତ୍ନୀ କହିଛନ୍ତି, ପାରିବାରିକ କଳହ ଯୋଗୁଁ ଶାଶୂଘରୁ ଦୂରେଇ ରହିଥିଲେ। ଟୁନିଙ୍କୁ ସ୍ବାମୀ ଭୁଲରେ ଝିଅକୁ ଦେଇଥିଲେ। ସେ ଲାଳନ ପାଳନ କରୁଥିଲେ, ତେବେ ଝିଅକୁ ଦେଉନଥିବାରୁ ଥାନାରେ ଅଭିଯୋଗ କରିଛନ୍ତି  । ଚାଇଲ୍ଡ ଲାଇନ ଓ ମଞ୍ଚେଶ୍ବର ଥାନାର ମିଳିତ ସହଯୋଗରେ ୯ବର୍ଷର ଝିଅକୁ ଉଦ୍ଧାର କରାଯାଇଛି । କୁନି ଝିଅକୁ ଓପନ ସେଲ୍ଟରରେ ରଖାଯାଇଛି । ଆଜି ଅତିରିକ୍ତ ଶିଶୁ ମଙ୍ଗଳ ସମିତିର ପୂର୍ଣ୍ଣାଙ୍ଗ ବେଞ୍ଚ କୁନି ଝିଅର ଥଇଥାନ ଓ ଭବିଷ୍ୟତ ନେଇ ନିଷ୍ପତ୍ତି ନେବେ ।