spot_img

Latest Posts

କଂଗ୍ରେସର ପାଓ୍ବାରଫୁଲ କମିଟିରେ ଅଛନ୍ତି କେଉଁ ନେତା?

ନୂଆଦିଲ୍ଲୀ: ନିର୍ବାଚନ ପାଖେଇ ଆସୁଥିବାବେଳେ ସମସ୍ତ ଦଳ ନିଜର ରଣନୀତି ପ୍ରସ୍ତୁତ କରୁଛନ୍ତି । କଂଗ୍ରେସ ଆଉ ଏକ ପାଦ ଆଗକୁ ବଢ଼ିଛି । ରବିବାର କଂଗ୍ରେସ ଅଧ୍ୟକ୍ଷ ସିଡବ୍ଲୁସି କମିଟି ଗଠନ କରିଛନ୍ତି । ଯେଉଁଥିରେ ୩୯ ଜଣ ନେତାଙ୍କ ନାମ ସାମିଲ ରହିଛି । କଂଗ୍ରେସର ଏହି କାର୍ଯ୍ୟକାରୀ କମିଟିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନାମ ରହିଛି । ଗତବର୍ଷ ଅକ୍ଟୋବର ୨୬ ତାରିଖରେ ମଲ୍ଲିକାର୍ଜୁନ ଖଡ଼ଗେ ଦାୟିତ୍ବ ନେଇଥିବାବେଳେ ୧୦ ମାସ ପରେ ଏହି କମିଟି ଗଠନ କରିଛନ୍ତି । ତେବେ ଏହି ୩୯ଜଣ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି  ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନି, ଅଧିର ରଂଜନ ଚୌଧୁରୀ, ଦିଗବିଜୟ ସିଂ, ଚରଣଜିତ ସିଂ ଚନ୍ନି, ଆନନ୍ଦ ଶର୍ମାଙ୍କ ସମେତ ମୋଟ ୩୯ ନେତା ଅଛନ୍ତି। ଏହା ବ୍ୟତୀତ ୩୨ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ୯ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ, ଯୁବ କଂଗ୍ରେସ, ଏନଏସୟୁଆଇ, ମହିଲା କଂଗ୍ରେସ ଏବଂ ସେବା ଦଳ ସଭାପତିଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ସିଡବ୍ଲ୍ୟୁସିରେ ସଚିନ ପାଇଲଟ, ଶଶି ଥରୁର, ଅଶୋକ ଚୌହାନ, ଦୀପକ ବାୱରିଆଙ୍କ ନାମ ନୂତନ ଭାବେ ପ୍ରକାଶ ପାଇଛି। ଗୌରବ ଗୋଗୋଇ, ନାସିର ହୁସେନ୍, ଦୀପା ଦାସ ମୁନସୀ ମଧ୍ୟ ସିଡବ୍ଲ୍ୟୁସିରେ ଅନ୍ତର୍ଭୁକ୍ତ ହୋଇଛନ୍ତି | ସେହିପରି ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ମଧ୍ୟରେ ପୱନ ଖେଡା, ସୁପ୍ରିୟା ଶ୍ରୀନେତ ଏବଂ ଅଳକା ଲାମ୍ବା ଅଛନ୍ତି।

Latest Posts

Don't Miss