ବଦନ୍ୟତାର ଉଦାହରଣ ସାଜିଲେ ମିନତୀ, ରିକ୍ସାବାଲାଙ୍କୁ ଦେଇଦେଲେ କୋଟିଏ ଟଙ୍କାର ସମ୍ପତ୍ତି

Cuttack's Minati Patnaik Donated 1 Crore Property To A Rickshaw Puller

କଟକ: ସ୍ୱାମୀ ପଛେ ପଛେ ଚାଲିଗଲା ଝିଅ । ୬ ମାସରେ ମିନତୀ ପଟ୍ଟନାୟକଙ୍କ ସହ ଘଟିଲା ଦୁଇ ଦୁଇଟି ବଡ଼ ଅଘଟଣ । ୬୩ ବର୍ଷୀୟ ମିନତୀଙ୍କ ଏ ଅସମୟରେ ଦମ୍ଭର ପାଚେରି ସାଜିଥିଲେ ରିକ୍ସାବାଲା ବୁଢ଼ା ସାମଲ । ମିନତୀଙ୍କୁ ଦୁନିଆ ଅନ୍ଧକାର ଦିଶୁଥିବା ବେଳେ ବନ୍ଧୁ ବାନ୍ଧବ ବି ପଚାରି ନଥିଲେ । ହେଲେ ମିନତୀଙ୍କୁ ଜଗି ରହିଥିଲେ ରିକ୍ସାବାଲା ବୁଢ଼ା । ନେଉଥିଲ ପ୍ରତି ମୁହୂର୍ତ୍ତର ଯତ୍ନ ।

Cuttack's Minati Patnaik Donated 1 Crore Property To A Rickshaw Puller

ମିନତୀଙ୍କ ଝିଅ ଓ ସ୍ୱାମୀ ଥିବାବେଳେ ଭାବିଥିଲେ ରିକ୍ସାବାଲାଙ୍କ ପାଇଁ ଖଣ୍ଡେ ଯାଗା କିଣି ସ୍ଥାୟୀ ବାସ ଦେବେ । ସ୍ୱାମୀ ଓ ଝିଅର ମୃତ୍ୟୁ ପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ମିନତୀ । ରକ୍ତ ସମ୍ପର୍କ ନଥିଲେ ବି ମିନତୀ ସବୁ ସମ୍ପତ୍ତିବାଡ଼ିକୁ ରିକ୍ସାବାଲା ନାଁରେ ଲେଖି ଦେଇଛନ୍ତି । ଏନେଇ ମିନତୀଙ୍କୁ ତାଙ୍କ ସାନ ଭଉଣୀ ବିରୋଧ କରିଥିଲେ ମଧ୍ୟ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଆଗରେ ସମ୍ପତ୍ତି ‘ସମ୍ପର୍କ’ ମାନେ ରଖିନି । ବୁଢ଼ାଙ୍କ ନାଁରେ ମିନତୀ ସୂତାହାଟର ତିନିମହଲା ଘର ସହ ସବୁ ସମ୍ପତ୍ତି କରି ଦେଇଛନ୍ତି ।

Cuttack's Minati Patnaik Donated 1 Crore Property To A Rickshaw Puller

୨୫ ବର୍ଷ ହେଲା ମିନତୀଙ୍କ ସହ ଜଡ଼ିତ ଏହି ରିକ୍ସାବାଲା ପରିବାର । ଘରର ସବୁ ଛୋଟ ମୋଟ କାମଠୁ ନେଇ ସବୁ କିଛି କରି ଆସୁଥିଲେ ବୁଢ଼ା ସାମଲ । ସମ୍ପତ୍ତି ପାଇଁ ଥିଲା ନା ମୋହ, ନା ମାୟା । ଏବେ ସେବା ବଦଳରେ ମିନତୀ ତାଙ୍କର ସବୁ ସମ୍ପତ୍ତିକୁ ବୁଢ଼ା ସାମଲଙ୍କ ନାଁରେ କରି ଦେବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ।

Cuttack's Minati Patnaik Donated 1 Crore Property To A Rickshaw Puller

ମିନତୀ ତାଙ୍କ ଘରକୁ ବୁଢ଼ା ସାମଲଙ୍କ ନାଁରେ କରିବା ସହ ଭୂମିହୀନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ୧୯୯୪ ମସିହାରେ ରିକ୍ସା ଟାଣୁଥିବା ବୁଢ଼ା ସାମଲଙ୍କ ସହ ଭେଟ ହୋଇଥିଲେ ମିନତୀ ପଟ୍ଟନାୟକ । ୨୭ ବର୍ଷ ହେଲା ତିଷ୍ଠି ରହିଥିବା ସମ୍ପର୍କ, ଆଗକୁ ସୁଦୃଢ଼ ରହିବ ବୋଲି କହିଛନ୍ତି ମିନତୀ ଓ ବୁଢ଼ା ସାମଲ । ବୁଢ଼ା ସାମଲଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି ।

Leave a Reply