spot_img

Latest Posts

କଟକ ସହରରେ ପାଣି ସମସ୍ୟା: ପାଇପରେ ଆସୁନି ପାଣି

ନନ୍ଦିଘୋଷ ବ୍ୟୁରୋ: କଟକ ସହରରେ ପାଣି ସମସ୍ୟା । ପାଇପରେ ଆସୁନି ପାଣି । ଯାହାକୁ ନେଇ ଗଳିରେ ବାଲତି ଧରି ଧାରଣା ଦେଲେ ମହିଳା ମାନେ ।  କଟକ ମହାନଗର ନିଗମର ୧୭ ନମ୍ବର୍ ୱାର୍ଡ଼, ପେନସନ୍ ଲେନ୍ ଗୋଦାମ ଗଳିରେ ଦେଖିବାକୁ ମିଳିଛି କିଛି ଏଭଳି ଚିତ୍ର । ଦୁଇଦିନ ହେବ ପାଇପରେ ପାଣି ଆସୁନି । ଯେଉଁଥିପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୱାର୍ଡ଼ବାସୀ । ପାଖାପାଖି ୭ଶହ ରୁ ୮ଶହ ଲୋକେ ଏହି ୱାର୍ଡ଼ରେ ବାସ କରୁଛନ୍ତି । ସମସ୍ୟାକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହୋଇଛି । ଏନେଇ ୱାର୍ଡ଼ବାସୀ ସ୍ଥାନୀୟ କର୍ପୋରେଟର ଏବଂ ୱାଟକୋ ଇଞ୍ଜିନିୟରଙ୍କୁ ମଧ୍ୟ ଭେଟି ଅଭିଯୋଗ କରିଛନ୍ତି । ଯଦି ସମସ୍ୟାର ସମାଧାନ ନହୁଏ ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଲୋକେ । ଅନ୍ୟପଟେ  ଘଟଣା ବାବଦରେ ଜନ ପ୍ରତିନିଧି ଓ ୱାଟକୋ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇ ପାରିନାହିଁ ।

Latest Posts

Don't Miss