ଦିବଂଗତ ଅଭିନେତା ମିହିରଙ୍କୁ ଶ୍ରଦ୍ଧାଞ୍ଜଳି: କଟକର କୁମ୍ଭାର ନିର୍ମାଣ କଲେ ବିଶାଳ ମୂର୍ତ୍ତି

କଟକ: ମାଟିରେ ମିଶିଗଲେ ବର୍ଷିଆନ କଳାକାର ମିହିର ଦାସ । ଦୀର୍ଘ ବର୍ଷ ଧରି ନିଜର ଅଭିନୟ ଜରିଆରେ ଲୋକଙ୍କୁ ବାନ୍ଧିବା ପରେ ସେ ବର୍ତ୍ତମାନ ସମସ୍ତଙ୍କ ପାଇଁ ହୋଇଯାଇଛନ୍ତି ପର । ଏହାରି ଭିତରେ ପୂରିବାକୁ ବସିଲାଣି ଏକ ମାସ । କିନ୍ତୁ ମିହିରଙ୍କୁ ଝୁରୁଛି କଳାକାର ଜଗତ । କିନ୍ତୁ ଏହି ସ୍ମୃତି କେବେଳ କଳାକରଙ୍କ ମଧ୍ୟରେ ସୀମିତ ନାହଁ । ବରଂ ଏହା ସମସ୍ତ ଙ୍କ ପାଇଁ ଚିର ସ୍ମରଣୀୟ । ତେବେ ଏହାରି ମଧ୍ୟରୁ ବାଦ ପଡି ନାହାନ୍ତି କୁମ୍ଭାର ଭାଇ ।

ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ବିଶାଳ ମାଟି ମୂର୍ତ୍ତି ନିର୍ମାଣ କରି ଏହା ଆସନ୍ତା ୧୧ ତାରିଖରେ ମିହିର ଦାସଙ୍କ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର କରିଛନ୍ତି କଟକ କୁମ୍ଭାର ସାହିର ମାଟି କାରିଗର । ୧୫ ଜଣ ମୂର୍ତ୍ତି କାରିଗର ମିଶି ନିର୍ମାଣ କରିଛନ୍ତି ୭ ଫୁଟର ମୂର୍ତ୍ତି । ଯେଉଁଥିରେ ଜୀବନ୍ତ ପରି ଲାଗୁଛନ୍ତି ମିହିର ଦାସ । ୨୦୧୨ ମସିହାରେ ମିହିର ଯେଉଁ ମାଟିର ବନ୍ଦନ ଫିଲ୍ମ ଟି ଆରମ୍ଭ କରିଥିଲେ, ସେଥିରେ ସେ ଏକ କାରିଗର ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେ ଫିଲ୍ମଟି ରିଲିଜ ଅପେକ୍ଷାରେ ଏବେବି ରହିଛି । ତେଣୁ ଏହି ମାଟି ମୂର୍ତ୍ତି ବର୍ଷିଆନ ଅଭିନେତା ଙ୍କୁ ଦେବ ସର୍ବଦା ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କଳାକାର ।

Leave a Reply