କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ବସ୍ତୁ ପହଞ୍ଚାଇବ କଟକ ମହାନଗର ନିଗମ

Cuttack to do home delivery in containment zone .

କଟକର କଣ୍ଟେନମେଣ୍ଟ ଜୋନରେ ଥିବା ଘରଗୁଡିକୁ ଖାଦ୍ୟ ପଦାର୍ଥ ଯୋଗାଇ ପାଇଁ କଟକ ମହାନଗର ନିଗମ ନିଷ୍ପତ୍ତି ନେଇଛି । ସାଧାରଣ ଲୋକେ ଅତ୍ୟାବଶ୍ୟକ ଖାଦ୍ୟ ପଦାର୍ଥ ପାଇଁ ଯେଭଳି ବାହାରକୁ ନଆସିବେ ସେ ନେଇ କଟକ ମହାନଗର ଏଭଳି କରିଛି । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ଗୋପାଳସାହି, ପ୍ରତାପ ନଗରୀ ଓ ୫୮ ନମ୍ୱର ଓ୍ୱାର୍ଡରେ ରହୁଥିବା ଲୋକେ ବାହାରକୁ ବାହାରିବେ ନାହିଁ ।

 

Containment Zone

ତିନୋଟି ବ୍ୟକ୍ତିଙ୍କୁ ତିନି ପ୍ରକାରର ଖାଦ୍ୟ ପଦାର୍ଥ ଯୋଗାଇବା ପାଇଁ ଦାୟିତ୍ୱ ଦିଆଯାଇଛି । ଲୋକେ କଲ୍ କରି ହୋମ୍ ଡେଲେଭରୀ କରି ପାରିବେ । ପନିପରିବା ପାଇଁ ଅଭୟ କୁମାର ବେହେରା, ଗ୍ରୋସରୀ ପାଇଁ ଅକ୍ଷୟ ବେହେରା ଓ ମେଡିସିନ ପାଇଁ ବସନ୍ତ ମହାରଣାକୁ ଦାୟିତ୍ୱ ଦିଆଯାଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକେ ଏମାନଙ୍କୁ କଲ୍ କରି ଆବଶ୍ୟକୀୟ ସାମଗ୍ରୀ ମଗାଇ ପାରିବେ । ତେବେ ଏହି ବ୍ୟବସାୟୀମାନଙ୍କୁ କୋଡିନେଟ୍ କରିବା ପାଇଁ ଜଣେ କୋଡିନେଟିଂ ଅଫିସରଙ୍କୁ ନିଯୁକ୍ତ କରାଯାଇଛି । କଟକ ମହାନଗର ନଗମ ଏଭଳି କରି ଲୋକଙ୍କୁ ବାହାରକୁ ବାରଣ କରିବାକୁ ଚାହୁଁଛି ।

Leave a Reply