କଟକ ଟ୍ୟାକ୍ସି ଡ୍ରାଇଭର ମର୍ଡର ମିଷ୍ଟ୍ରିରୁ ହଟିଲା ପରଦା, ୨ ଯୁବକ ଗିରଫ

କଟକ: କଟକ ଟ୍ୟାକ୍ସି ଡ୍ରାଇଭର ଭଗବାନ ବୈରିଗଞ୍ଜନ ମର୍ଡର ମିଷ୍ଟ୍ରିରୁ ହଟିଲା ପରଦା । ଗାଡ଼ି ଭଡ଼ାକୁ ନେଇ ହୋଇଥିଲା ହତ୍ୟାକାଣ୍ଡ । ଭଡାରେ ନେଇଥିବା ଦୁଇ ୨ ଯୁବକଙ୍କୁ ଗିରଫ କଲା ପୋଲିସ୍ । ସିନ୍ ରିକ୍ରିଏସନ ପାଇଁ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଉଛି ପୋଲିସ । ଜଣେ ରାମଚନ୍ଦ୍ରପୁର ଥାନା ଅଞ୍ଚଳ ବାତୋ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ନିଆଳି ପତ୍ରକଣା ଅଞ୍ଚଳର। ଉଭୟଙ୍କୁ ଘଟଣା ସମ୍ପର୍କରେ ଘଷିପୁରା ଥାନାରେ ପଚରାଉଚୁରା ଚାଲିଥିବା ବେଳେ ଆଜି କୋର୍ଟ ଫରୱାର୍ଡ କରାଯିବା ନେଇ ସୂଚନା ମିଲିଛି । ସାଙ୍ଗରେ ଥିବା ଯୁବତୀ ଏବେବି ଫେରାର ।

ସୂଚନା ଅନୁସାରେ ଗତ ୨୪ ତାରିଖ ରାତିରେ ୨ ଜଣ ଯୁବକ ଓ ଜଣେ ଯୁବତୀ ଭଗବାନଙ୍କ ଟ୍ୟାକ୍ସି ଭଡ଼ାରେ ନେଇଥିଲେ । ଯାଜପୁର ରୋଡ୍‌ ଯିବାକୁ କହି ଟ୍ୟାକ୍ସି ନେବା ପରେ ରାତିରେ ମାଲି ଫୋନ୍ ଉଠାଇନଥିଲେ ଭଗବାନ । ୨୮ ତାରିଖ ସକାଳୁ ଘଷିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ ଦରଖଳା ନିକଟ ରାସ୍ତାକଡ଼ରୁ ଭଗବାନଙ୍କ ମୃତଦେହ ମିଳିଥିଲା । ପରେ ନିଆଳି ଗୋବିନ୍ଦପୁର ନଦୀବନ୍ଧ କଡ଼ରୁ ମିଳିଥିଲା ଭଗବାନଙ୍କ ଟ୍ୟାକ୍ସି । ମୃତ ଡ୍ରାଇଭରଙ୍କ ଘର ପୁରୀ କଣାସରେ ।