ଭଲ ଖବର : ଅସହାୟ ବୃଦ୍ଧାଙ୍କୁ ହାତରେ ଖୁଆଇ ଦେଲେ ପୋଲିସ ଅଧିକାରୀ,ଭିଡିଓ ଭାଇରାଲ

କଟକ: ଚିନ୍ତାରେ ପକେଇଛି କରୋନା । ଲୋକଙ୍କ ସୁରକ୍ଷା ପାଇଁ ରାସ୍ତାକୁ ଓହ୍ଲାଇଛି ପ୍ରଶାସନ । କରୋନା ମହାମାରୀଠୁ ବଞ୍ଚିବାକୁ ରାହା ଖୋଜୁଛନ୍ତି ସମସ୍ତେ । କିନ୍ତୁ ଏହାର ଗୋଟିଏ ମାତ୍ର ଉପାୟ ମଳିପାରିଛି ତାହା ହେଲା ପରସ୍ପରଙ୍କ ମଧ୍ୟରେ ସାମାଜିକ ଦୂରତା । ତେବେ ସାମାଜିକ ଦୂରତା ମଧ୍ୟ ମାନବିକତାକୁ ନଦୂରେଇବାକୁ ସମସ୍ତେ କରୁଛନ୍ତି ଅନୁରୋଧ । ଅନୁରୋଧ କରିବା ସହ ନିଜେ ମଧ୍ୟ ଏହାର ଉଦାହରଣ ସାଜୁଛନ୍ତ କେତକ କରୋନା ଯୋଦ୍ଧା ।

ଏହାର ଏକ ଜ୍ୱଳନ୍ତ ଉଦାହରଣ ଆସିଛି କଟକରୁ । ଗୁରୁବାର ସନ୍ଧ୍ୟାରେ କଟକ ଦରଘାବଜାର ଛକରେ ଡ୍ୟୁଟି କରିବା ସମୟରେ ମହିଳା ଥାନାର ଏସଆଇ ବର୍ଷା ଏହାର ଉଦାହରଣ ସାଜିଛନ୍ତି । ଜଣେ ଅସହାୟ ବୃଦ୍ଧାକୁ ସେ ଖୁଆଇଦେଇ ତାଙ୍କ କ୍ଷୁଧା ମେଣ୍ଟାଇଛନ୍ତି । ଏହା ତାଙ୍କୁ ଆତ୍ମସନ୍ତୋଷ ଆଣିଦେଇଥିବା ବେଳେ, ବୃଦ୍ଧାଙ୍କ ଏପରି ଅବସ୍ଥା ଆଖିକୁ ଓଦା କରିଦେଇଥିଲା ।

ବୃଦ୍ଧାକୁ ଖୁଆଇ ଦେବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେବା ପରେ କଟକ ଡିସିପିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି । ପ୍ରତିଦିନ କଟକ ପୋଲିସ ଦିନରାତିରେ ନିରାଶ୍ରୟ ମାନକୁ ୩ହଜାରରୁ ଉର୍ଦ୍ଧ ଖାଦ୍ୟ ପ୍ୟାକେଟ ଓ ଶୁଖିଲା ଖାଦ୍ୟ ଦେଉଥିବା ବେଳେ ସମସ୍ତ ପୋଲିସ କର୍ମଚାରୀକୁ ଅସହାୟକୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ କେବଳ କେବଳ ବର୍ଷା ନୁହଁନ୍ତି ମହାମାରୀକୁ ସାମ୍ନା କରିବାକୁ ଅନେକ ଯୋଦ୍ଧା ଏବେ ରାସ୍ତାକୁ ଓହ୍ଲାଇଛନ୍ତି ।

Leave a Reply