spot_img

Latest Posts

କଟକ ଏସସିବିରେ ଅଗ୍ନିକାଣ୍ଡ : ୧୦ ରୋଗୀ ମୃତ

କଟକ : କଟକ ଏସସିବି ବଡ ମେଡିକାଲର ଆଶୁ ଚିକିତ୍ସା ବିଭାଗର ଟ୍ରମା କେୟାର ଆଇସିୟୁରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ଘଟିଛି। ରାତି ପ୍ରାୟ ସାଢେ ଦୁଇଟା ବେଳେ ପ୍ରଥମ ମହଲାରେ ହଠାତ ନିଆଁ ଲାଗି ଯାଇଥିଲା। ଖବର ପାଇ ବଡ ମେଡିକାଲର ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳକୁ ଆସି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ପରେ ତିନିଟି ଗାଡି ଲାଗିଥିଲା। ତୁରନ୍ତ ଆଇସିୟୁରୁ ରୋଗୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରୟାସ କରାଯାଇଥିଲା। ସ୍ବାସ୍ଥ୍ୟ ସଚିବ,କଟକ ଜିଲ୍ଲାପାଳ, କଟକ ଡିସିପି ଘଟଣାସ୍ଥଳରେ ପହଂଚିଥିଲେ। ଆଇସିୟୁରେ ଥିବା ୧୦ରୁ ଅଧିକ ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ରୋଗୀଙ୍କୁ ଉଦ୍ଧାର କରିବାବେଳେ ୧୧ କର୍ମଚାରୀ ଆହତ ହୋଇଛନ୍ତି।

ସେପଟେ ଘଟଣାସ୍ଥଳରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ଆହତଙ୍କୁ ସମସ୍ତ ଚିକିତ୍ସା ଦିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମୃତକଙ୍କ ଲାଗି ୨୫ ଲକ୍ଷ ଲେଖାଏ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ରୋଗୀଙ୍କୁ ଟ୍ରମା କେୟାରରୁ ସ୍ଥାନାନ୍ତର କରାଯାଇଛି। ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ଅଗ୍ନିଶମ ଡିଜି ଘଟଣାର ତଦାରଖ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ହସ୍ପିଟାଲ ପରିସରରେ ଥିବା ଅଗ୍ନିଶମ ବାହିନୀ ନିଆଁକୁ କରିଥିଲେ ଆୟତ୍ତ। ଅଗ୍ନିକାଣ୍ଡ ଯୋଗୁ ପରିବେଶ ହୋଇଯାଇଥିଲା ଧୂଆଁମୟ। ଘଟଣାସ୍ଥଳରେ ପୋଲିସ କମିଶନର ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

Latest Posts

Don't Miss