କଟକରେ ସସ୍ ବି ଭେଜାଲ

କଟକ: କଟକ ସହର ପାଲଟିଛି ଭେଜାଲ ସାମଗ୍ରୀର ପେଣ୍ଠ ସ୍ଥଳ । ଗତକାଲି ନକଲି ମୃଦୁପାନୀୟ କାରଖାନା ଠାବ ହୋଇଥିବା ବେଳେ ଆଜି ନିମ୍ନମାନର ଗୁପଚୁପ ଉପରେ ଚଢାଉ କରାଯାଇଥିଲା । ଏହାର କିଛି ଘଣ୍ଟା ବିତିନି ପୁଣି କଟକରୁ ବାହାରିଛି ଆଉ ଏକ ଭେଜାଲ ସାମଗ୍ରୀ । ଏହା ଆଉ କିଛି ନୁହେଁ, ଆପଣ ଫାଷ୍ଟଫୁଡ ଓ ଜଳଖିଆରେ ବହୁଳ ଭାବେ ଖାଉଥିବା ସସ୍ ।

ଏହି ଭେଜାଲ ସସ୍ ଆଉ କେଉଁଠି ନୁହେଁ କଟକର ବାଣିଜ୍ୟିକ କେନ୍ଦ୍ର ମାଲଗୋଦାମରୁ ହିଁ ମିଳିଛି । ସାରା ରାଜ୍ୟର ବ୍ୟବସାୟୀ ଓ ଗ୍ରାହକଙ୍କ ଏଠାରେ କିଣାବିକା ପାଇଁ ଭିଡ ଜମୁଥିବା ବେଳେ ସମସ୍ତଙ୍କ ଆଖିରେ ଧୂଳି ଦେଇ ଏଠାରେ ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ସସ୍ ।

ମାଲଗୋଦାମରେ ଥିବା ଏହି ଅପମିଶ୍ରିତ ସସ୍ ଗୋଦାମରେ ଚଢାଉ କରିଛି ମାଲଗୋଦାମ ପୋଲିସ । ଏଠାରୁ ବିପୁଳ ପରିମାଣର ଅପମିଶ୍ରିତ ସସ୍ ଜବତ କରାଯାଇଛି । ସେତିକି ନୁହେଁ ସସ୍ ସହ ବହୁଳ ପରିମାଣରେ ଚାଓମିନ ଜବତ କରାଯିବା ସହ ପୋଲିସ ଜଣଙ୍କୁ ଅଟକ ରଖିଛି । ଏହାସହ ବାରଙ୍ଗଠାରେ ଥିବା ନକଲି ସସ୍ କାରଖାନାରେ ମଧ୍ୟ ଚଢାଉ କରାଯାଇଛି ।