ପୋଲିସ ପଞ୍ଝାରେ ନକଲି ଡାକ୍ତର, ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଋଣ ନେଇ ଧରାପଡ଼ିଲେ

କଟକ: କାର୍ ସଉକ ପାଇଁ ସାଜିଥିଲେ ନକଲି ଡାକ୍ତର । ଧରା ପକାଇ ଦେଲା ବ୍ୟାଙ୍କରେ ଋଣ ଆବେଦନ । ୨ ବର୍ଷରେ ହେଲେଣି ଦୁଇ ଦୁଇ ଥର ଗିରଫ । ତଥାପି ଛାଡ଼ୁନି ବ୍ୟାଙ୍କରୁ ଋଣ ନେବା ନିଶା । କଟକ ବାଦାମବାଡ଼ି ଥାନା ପୋଲିସ ହାତରେ ଧରା ପଡ଼ିଛି ନକଲି ଡାକ୍ତର । ଜାଲ କାଗଜପତ୍ର ଓ ପରିଚୟ ପତ୍ର ଦେଇ ବ୍ୟାଙ୍କକୁ ଠକୁଥିଲେ ଶ୍ରୀଧର ରାଉତ ଓରଫ ସିଦ୍ଧାର୍ଥ ସାର୍ଥକ । ପେଷାରେ ଡାକ୍ତର ନଥିବା ସିଦ୍ଧାର୍ଥ ଦୁଇ ଦୁଇ ଥର ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଋଣ ନେଇ ଧରା ପଡ଼ିଛନ୍ତି ।

Cuttack Police Arrested Fake Doctor

ପୋଲିସ ସୂଚନା ଅନୁସାରେ, ସିଦ୍ଧାର୍ଥ ସାର୍ଥକ ନାମକ ଯୁବକ ଜଣକ ଜାଲ କାଗଜପତ୍ର ଦେଇ କଟକ ବଜ୍ରକବାଟି ରୋଡରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆରୁ ୧୬.୫ ଲକ୍ଷ ଟଙ୍କାର ଲୋନ ନେଇ ଏକ କାର କିଣି ଥିଲେ । ଏହା ପରେ ସେ ସେହି ବ୍ୟାଙ୍କର ବିଭିନ୍ନ ବ୍ରାଞ୍ଚରେ ୧୦ ଲକ୍ଷ ଟଙ୍କାର ଲୋନ ଆବେଦନ ମଧ୍ୟ କରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ କାଗଜପତ୍ର ଯାଞ୍ଚ ବେଳେ ସବୁ କାଗଜପତ୍ର ନକଲି ଜାଣିବାକୁ ପାଇଥିଲେ । ଏହାପରେ ବ୍ୟାଙ୍କ ପକ୍ଷରୁ ବାଦାମବାଡ଼ି ଥାନାରେ ଅଭିଯୋଗ କରାଯାଇଥିଲା ।

Cuttack Police Arrested Fake Doctor

ମାମଲାର ତଦନ୍ତ କରି ପୋଲିସ କଟକ ଡାହାଳିଆବାଗ ଅଞ୍ଚଳ ବାସିନ୍ଦା ସିଦ୍ଧାର୍ଥ ସାର୍ଥକକୁ ଗିରଫ କରିଛି । ତାଙ୍କ ଠାରୁ ଅନେକ ଜାଲ କାଗଜପତ୍ର ଜବତ କରାଯାଇଛି । ଋଣ ନେବା ପାଇଁ ସିଦ୍ଧାର୍ଥ ନିଜକୁ ପାଟଣା ଏମ୍ସର ଡାକ୍ତର ପରିଚୟ ଦେବା ସହ ଜାଲ୍ ପାନକାର୍ଡ ଓ ଅନ୍ୟ କାଗଜପତ୍ର ବ୍ୟବହାର କରୁଥିଲା । ସମାନ ଢଙ୍ଗରେ ସିଦ୍ଧାର୍ଥ ୨୦୧୯ରେ କାର୍ ପାଇଁ ବ୍ୟାଙ୍କ ଅଫ ବରୋଦା ଭୁବନେଶ୍ୱର ଶାଖାରୁ ଋଣ କରି ନୟାପଲ୍ଲୀ ଥାନା ପୋଲିସ ହାତରେ ଗିରଫ ହୋଇ ଜେଲ୍ ଯାଇଥିଲା ।

Leave a Reply