ବିଚାରପତିଙ୍କ ଆତ୍ମହତ୍ୟା ମାମଲା: ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଜାଜପୁର: ଜଜ୍ ମୃତ୍ୟୁରେ ବଡ଼ ଟୁଇଷ୍ଟ । କଟକ ପକ୍ସୋ କୋର୍ଟ ବିଚାରପତି ସୁବାସ ବିହାରୀଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସ୍ତ୍ରୀ ଓ ଶଳା ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି ସୁବାସଙ୍କ ମା ତୁଳସୀ ବିହାରୀ ଓ ଭାଇ ସୁବୋଧ ବିହାରୀ । ସ୍ତ୍ରୀ ଓ ଶଳା ମିଶି ସୁବାସଙ୍କୁ ହତ୍ୟା କରିଥିବା ଉଭୟ ଅଭିଯୋଗ କରିଛନ୍ତି ।
ଏ ନେଇ ଆଜି ପରିବାର ପକ୍ଷରୁ ମର୍କତନଗର ଥାନାରେ ଅଭିଯୋଗ କରିବେ ସେମାନେ କହିଛନ୍ତି । ସିଡିଏ ସେକ୍ଟର ୯ ସରକାରୀ କ୍ବାର୍ଟର୍ସରେ ଗତକାଲି ଆତ୍ମହତ୍ୟା କରିଥିଲେ ସୁବାସ । ପୋଷ୍ଟମର୍ଟମ ପରେ ବିଳମ୍ବିତ ରାତିରେ ପୁରୀ ସ୍ବର୍ଗଦ୍ବାରରେ ସୁବାସଙ୍କ ଶେଷକୃତ୍ଯ ସଂପନ୍ନ ହୋଇଥିଲା । ବଡ଼ଝିଅ ପ୍ରୀତିସ୍ନିଗ୍ଧା ମୁଖାଗ୍ନି ଦେଇଥିଲେ ।