କଟକ ବାରବାଟୀ ବିଧାୟକଙ୍କୁ ୩ ବର୍ଷ ଜେଲ୍

1 min read

ଭୁବନେଶ୍ୱର: ପୂର୍ବତନ ଆଇଏଏସ ଅଫିସର ତଥା ORHDCର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ 3ବର୍ଷ ଜେଲ୍ । ତାଙ୍କ ସହିତ ବିଧାୟକ ମହମ୍ମଦ ମୋକିମ ଓ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ବି 3ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ମେଟ୍ରୋ ବିଲଡରର ପାର୍ଟନର ପୀୟୂଷଧାରୀ ମହାନ୍ତିଙ୍କୁ ମଧ୍ୟ ୩ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ORHDC ଓ ମେଟ୍ରୋ ବିଲଡର ମାମଲାର ରାୟ ଶୁଣାଇଛନ୍ତି ସ୍ପେଶାଲ ଜଜ୍ ଭିଜିଲାନ୍ସ । ବିନୋଦ ଓ ସ୍ବସ୍ତିଙ୍କୁ 50ହଜାର ଟଙ୍କା ଜୋରିମାନା କରାଯାଇଛି । ଜୋରିମାନା ଅନାଦେୟ ହେଲେ ଆଉ 6ମାସ ଜେଲ୍ ଦଣ୍ଡ ଭୋଗିବେ ।

ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମରେ ଦୁର୍ନୀତି ମାମଲା । ପୂର୍ବତନ ଆଇଏଏସ ଅଫିସର ତଥା ORHDCର ପୂର୍ବତନ ଏମଡି ବିନୋଦ କୁମାରଙ୍କୁ 3ବର୍ଷ ଜେଲ୍ । ଏହା ସହ ବିଧାୟକ ମହମ୍ମଦ ମୋକିମ ଓ ନିଗମର ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ରଙ୍କୁ ବି 3ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ମେଟ୍ରୋ ବିଲଡରର ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତିଙ୍କୁ ମଧ୍ୟ ୩ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ORHDC ଓ ମେଟ୍ରୋ ବିଲଡର ମାମଲାର ରାୟ ଶୁଣାଇଛନ୍ତି ଭିଜିଲାନ୍ସ ସ୍ପେଶାଲ ଜଜ୍ । ବିନୋଦ ଓ ସ୍ବସ୍ତିଙ୍କୁ 50ହଜାର ଲେଖାଏଁ ଟଙ୍କା ଜୋରିମାନା କରାଯାଇଛି ।

ଜରିମାନା ଅନାଦେୟ ଆଉ 6ମାସ ଜେଲ୍ ଦଣ୍ଡ ଭୋଗିବେ । ୨୦୦୦ରୁ ୨୦୦୧ ମସିହା ପର୍ଯ୍ୟନ୍ତ ORHDCର ପରିଚାଳନା ନିର୍ଦ୍ଦେଶକ ଥିଲେ ବିନୋଦ ମିଶ୍ର । ଏହି ସମୟରେ ସ୍ବସ୍ତିରଂଜନ ମହାପାତ୍ର କଂପାନୀ ସେକ୍ରେଟାରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୦୦ ମସିହରେ ମେଟ୍ରୋ ବିଲଡର ମେଟ୍ରୋ ସିଟି ଫେଜ୍ ଟୁ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ଲୋନ୍ ପାଇଁ ଆବେଦନ କରିଥିଲେ । ଯେଉଁଥିରେ ୫୦ଟି ଫ୍ଳାଟ୍ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । ବିନୋଦ କୁମାରଙ୍କ ନିର୍ଦ୍ଦେଶରେ ମେଟ୍ରୋ ବିଲଡରକୁ ୩ଟି ଫେଜରେ ୧ କୋଟି ୫୦ଲକ୍ଷ ଟଙ୍କା ମଂଜୁର ହୋଇଥିଲା । ଯେହେତୁ ପୂର୍ବରୁ ଏହି ସଂସ୍ଥା ଡିଫଲଟର ଥିଲା

ତେଣୁ ୫୦ଲକ୍ଷ ଟଙ୍କା ଆଡଜଷ୍ଟ କରାଯାଇଥିବା କୁହାଯାଇଥିଲା । ଏହି ଲୋନ୍ ଏଗ୍ରିମେଣ୍ଟରେ ମେଟ୍ରୋ ବିଲଡର ତରଫରୁ ନିର୍ଦ୍ଦେଶକ ପିୟୂଷଧାରୀ ମହାନ୍ତି ଦସ୍ତଖତ କରିଥିଲେ । ଏହି ଋଣ ଦେଇ ବିବାଦ ଭିତରକୁ ଆସିଥିଲେ ORHDCର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର । ଆର୍ଥିକ କ୍ଷମତା ନଥାଇ କେମିତି ଋଣ ମଂଜୁର କଲେ ଓ ଚେକ ଦସ୍ତଖତ କଲେ ତାକୁ ନେଇ ପ୍ରଶ୍ନ ଉଠିଥିଲା । କିଭଳି କଂପାନୀ ସେକ୍ରେଟାରୀ ଏହାକୁ ଯାଞ୍ଚ ନକରି ଫାଇଲରେ ଦସ୍ତଖତ କଲେ ତାହା ବି ତଦନ୍ତ ପରିସରକୁ ଆସିଥିଲା । ମେଟ୍ରୋ ବିଲଡରକୁ ଅହେତୁକ ଅନୁକମ୍ପା ଦେଖାଇ ବିନା କୌଣସି କ୍ଷମତାରେ ଋଣ ପ୍ରଦାନ କରିଥିବାରୁ ଉଭୟ ବିନୋଦ ଓ ସ୍ବସ୍ତିରଂଜନ ସ୍କାନରକୁ ଆସିଥିଲେ । ଏପରିକି ବୋର୍ଡ ଅଫ୍ ଡାଇରେକ୍ଟର ଓ ଲୋନ କମିଟିରେ ଏକଥାକୁ ଆଲୋଚନା କରାଯାଇନଥିଲା । ସ୍ପ

ଟ୍ ଭେରିଫିକେସନ୍ କରାଯାଇ ନଥିଲା କି ଇନକମ ଟ୍ୟାକ୍ସ ରିଟର୍ଣ୍ଣ ମଧ୍ୟ ଦେଖାଯାଇନଥିଲା । ଆଶ୍ଚର୍ଯ୍ୟର କଥା ହେଲା ପ୍ଳାନକୁ ମିଳିନଥିଲା ବିଡିଏ ଅନୁମୋଦନ । ଜାଲ୍ ସାର୍ଟିଫିକେଟ୍ ଦାଖଲ କରି ଚଞ୍ଚକତା କରି ଲୋନ୍ ନେଇଥିବା ଅଭିଯୋଗରେ ଫସି ଯାଇଥିଲେ ମେଟ୍ରୋ ବିଲଡରର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ ଓ ନିର୍ଦ୍ଦେଶକ ପୀୟୂଷଧାରୀ ମହାନ୍ତି । ସରକାରୀ ବାବୁ ଓ ବିଲଡରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟ ସରକାରଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।