କଟକ ଲୋକସଭା ଆସନ: ଭୋଟରଙ୍କ ମନ ଜିଣୁଛନ୍ତି ବିଜେଡି ପ୍ରାର୍ଥୀ ସଂତୃପ୍ତ

କଟକ: କଟକ ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକଙ୍କ ନିକଟତର ହେଉଛନ୍ତି ବିଜେଡି ସଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର । ସହରରୁ ଗାଁ, ସବୁଠି ଶୋଭାଯାତ୍ରା ଓ ପ୍ରଚାର କରି ଖୁବ କମ ଦିନ ମଧ୍ଯରେ କଟକବାସୀଙ୍କ ଆସ୍ଥା ଭାଜନ ହୋଇପାରିଛନ୍ତି । ତେବେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ଆଗରେ ବିରୋଧୀ ଫିକା ପଡିଯାଇଛନ୍ତି ବୋଲି କହିଛନ୍ତି ସଂତୃପ୍ତ । ଆଜି କଟକ ସଦର ଅଞ୍ଚଳରେ ବୁଲି ସହରର ବିକାଶଧାରାକୁ ଆଗକୁ ନେବାକୁ ଯୋଡ଼ି ଶଂଖରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ସେପଟେ ମୁଖ୍ଯମନ୍ତ୍ରୀ ଓ ମୋଦୀ ଆସିବା ପରେ ରାଜନୀତି ଆହୁରି ଜମିବ ବୋଲି ଆଶା କରାଯାଉଛି ।

ସଭା, ସମିତି ଓ ବିଭିନ୍ନ କାର୍ଯ୍ଯକ୍ରମରେ ସଂତୃପ୍ତଙ୍କୁ ସମ୍ବର୍ଦ୍ଧିତ କରୁଛନ୍ତି ଜନତା । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିକାଶ କାର୍ଯ୍ଯକ୍ରମ ଏହାର ପ୍ରତିଫଳନ ବୋଲି କହିଛନ୍ତି ସଂତୃପ୍ତ ।

ନିର୍ବାଚନ ପାଖେଇ ଆସିବା ସହ କଟକରେ ଜମୁଛି ବିଜେଡିର ପ୍ରଚାର । ସଂତୃପ୍ତଙ୍କ ପ୍ରଚାରର ମଙ୍ଗ ସମ୍ଭାଳିଛନ୍ତି ଯୁବ ଓ ଛାତ୍ର ବ୍ରିଗ୍ରେଡ୍ । ସମର୍ଥକଙ୍କ ସହ ବୁଲି ଲୋକଙ୍କ ଦୁଃଖସୁଖ ବୁଝିବା ସହ ସହରର ବିକାଶକୁ ଆଗକନ ନେବାକୁ ଯୋଡ଼ି ଶଂଖରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । କଟକ ସଦର ନିର୍ବାଚନ ମଣ୍ଡଳୀ ବୁଲି ସେ ନିଜ ପାଇଁ ଓ ବିଧାୟକ ପ୍ରାର୍ଥୀ ଚନ୍ଦ୍ରସାରଥୀ ବେହେରାଙ୍କ ପାଇଁ ଭୋଟ ମାଗିଛନ୍ତି ।

ଅନ୍ୟ ପକ୍ଷରେ ବିଜେପି ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ହାଇକୋର୍ଟ ବାର ଆସୋସିଏସନ ଓ ଅନ୍ଯ ବାର ଆସୋସିଏସନ ଗୁଡିକ ବୁଲି ଆଡଭୋକେଟଙ୍କ ସହ ମିଶିଛନ୍ତି । କେନ୍ଦ୍ରୀୟ ନେତା ଜଣଙ୍କ ପରେ ଜଣେ କଟକ ଆସିବା ପରେ ବିଜେପି ପ୍ରତି ସମର୍ଥନ ବଢୁଥିବା କହିଛନ୍ତି ଭର୍ତ୍ତୃହରି ।

ଆଉ କିଛିଦିନ ପରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ କଟକ ଆସିବେ, ସେପଟେ ନରେନ୍ଦ୍ର ମୋଦୀ କଟକ ଆସିବାର ସମ୍ଭାବନା ରହିଛି । ତେଣୁ ପ୍ରଚାର ଆହୁରି ଜମିବ ବୋଲି ଏବେଠୁ ଅନୁମାନ କରାଯାଉଛି ।