କଟକ ସହରରେ ଏବେ ମାଞ୍ଜା ସୁତା ଭୟ
1 min readନନ୍ଦିଘୋଷ ବ୍ୟୁରୋ: କଟକ ସହରରେ ଏବେ ମାଞ୍ଜା ସୁତା ଭୟ । ବାଇକ ନେଇ ଯାଉଥିବା ଆରୋହୀ ସାବଧାନ। କେଉଁଠି ବି ଘଟିପାରେ ଅଘଟଣ । ହୁସିଆର ନହେଲେ କଟିଯାଇପାରେ ବେକ, ଚାଲିଯିବ ଜୀବନ। ଗତ ୨-୩ ମାସ ହେବ ସହରରେ କିଛି ଅମାନିଆ ବେପରୁଆ ଭାବରେ ପ୍ଲାଷ୍ଟିକ ସୁତାରେ ଗୁଡ଼ି ଉଡାଉଥିବା ବେଳେ ଏଥିରେ ଆହତ ହୋଇଛନ୍ତି ଏକାଧିକ । ଆସନ୍ତାକାଲି ମକର ସଂକ୍ରାନ୍ତି ଥିବାରୁ ବହୁମାତ୍ରାରେ ଉଡ଼ିବ ଗୁଡି । ଏଥିପାଇଁ ପୋଲିସ ପକ୍ଷରୁ ବିଭିନ୍ନ ଗୁଡ଼ି ଦୋକାନରେ ଚଢାଉ କରାଯାଇଛି । ସେପଟେ ଦୋକାନୀ ପ୍ଲାଷ୍ଟିକ ସୁତା ବ୍ୟବସାୟ କରୁନଥିବା କହିବା ସହିତ ଅନ ଲାଇନରେ ଗୁଡ଼ିସୁତା ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି ।
ମକର ସଂକ୍ରାନ୍ତିରେ ଜମିବ ଗୁଡ଼ିଉଡ଼ା । ହେଲେ କାଳ ସାଜିଛି ମାଞ୍ଜା ସୁତା । ଅମାନିଆ ଗୁଡ଼ି ଉଡ଼ାଳି ବଢାଉଛନ୍ତି ବିପଦ । ସାବଧାନ ନହେଲେ କଟି ଯାଇପାରେ ତଣ୍ଟି । ଗତ କିଛିବର୍ଷ ହେବ ମକରର ୨-୩ ମାସ ପୂର୍ବରୁ ଆରମ୍ଭ ହୋଇଯାଉଛି ଏହି ସାଙ୍ଘାତିକ ଖେଳ । ଗୁଡି ଉଡାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ମାଞ୍ଜା ସୁତା ଯୋଗୁ ଘଟୁଛି ଅଘଟଣ । ଅନେକ ଆହତ ହେଉଥିବା ନଜରକୁ ଆସୁଛି । କଟକ ତ୍ରିଶୂଳିଆ ପୋଲ ଉପରେ ମାଞ୍ଜା ସୂତାରେ ଜଣେ ବାଇକ ଆରୋହୀଙ୍କ ବେକ କଟି ଯାଇଛି । ତେବେ ଅଳ୍ପେକେ ବର୍ତୀ ଯାଇଛନ୍ତି ବାଇକ ଆରୋହୀ । ଏଥିପାଇଁ ପୋଲିସ ପକ୍ଷରୁ କଡ଼ା ଆଭିମୁଖ୍ଯ ଗ୍ରହଣ କରାଯାଇଛି । ଚୌଧୁରୀ ବଜ଼ାର ଅଞ୍ଚଳରେ ବିଭିନ୍ନ ଦୋକାନ ଉପରେ ହୋଇଛି ଚଢ଼ାଉ। ତେବେ ପ୍ଲାଷ୍ଟିକ ସୁତା ବିକ୍ରି କରୁନଥିବା କହିବା ସହ ଅନଲାଇନ ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି ।
ସହରରେ ପ୍ଲାଷ୍ଟିକ ଓ ମାଞ୍ଜା ସୁତା ବ୍ୟବହାର ନ କରିବାକୁ ତାଗିଦ କରିଛି କମିଶନରେଟ ପୋଲିସ । ମକର ପର୍ବକୁ ସୁରକ୍ଷିତ ଭାବେ ପାଳନ କରିବାକୁ ଲୋକଙ୍କୁ ନିବେଦନ କରାଯାଇଛି । କେହି ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତରିକ୍ତ ଡିସିପି । ସେପଟେ ଏହାକୁ ଏକ ନିଶା ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ।