ଆସନ୍ତାକାଲି ଠାରୁ କଟକ ଐତିହାସିକ ବାଲିଯାତ୍ରା
1 min read
କଟକ : ଆସନ୍ତାକାଲିଠାରୁ ଆରମ୍ଭ ହେବ କଟକ ଐତିହାସିକ ବାଲିଯାତ୍ରା । ୨୭ ରେ ବାଲିଯାତ୍ରା ଉଦଘାଟନ ପରେ ଏହା ୪ ତାରିଖ ଯାଏଁ ଚାଲିବ । ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ସାଜିବ କଟକ ଇନ୍ କଟକ୍ ଓ ଫିସ୍ ଟନେଲ । ଯାତ୍ରାରେ ୧୨ ଶହରୁ ଅଧିକ ଷ୍ଟଲ୍ ଖୋଲାଯିବ । ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ବତନ୍ତ୍ର ଇ-ରିକ୍ସା ବନ୍ଦୋବସ୍ତ କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି । ସବୁଦିନ ସକାଳେ ଆୟୋଜିତ ହେବ ପଥଉତ୍ସବ । ଯାତ୍ରୀଙ୍କ ସୁବିଧା ପାଇଁ ପଡିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା କରାଯାଇଛି । ବଲିଉଡ୍ ସିଙ୍ଗର ଅନୁ ମଲ୍ଲିକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଚଳିତବର୍ଷ ଅଧିକ ପ୍ରଧାନ୍ୟ ଦିଆଯାଇ ଓରମାସ 420ଟି ଷ୍ଟଲ ଦିଆଯାଇଛି । ଚଳିତବର୍ଷ 35 କୋଟି ଟଙ୍କାର ବ୍ୟବସାୟ ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।