ସଟଡାଉନ୍ ପାଇଁ ୮ ତାରିଖ ଯାଏଁ ବନ୍ଦ ରହିବ ହାଇକୋର୍ଟ

କଟକ: ସଂକ୍ରମଣ ଚେନରେ ବ୍ରେକ୍ ପାଇଁ କଟକ ସଟଡାଉନ୍ । କଟକ ସହରକୁ ଅତିରିକ୍ତ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରାଯାଇଛି । ଶନି ଓ ରବିବାର ସାପ୍ତାହିକ ସଟଡାଉନ୍ ବାଦ୍ ବୁଧବାର ଯାଏ କଟକ ସଟଡାଉନ୍ ଭିତରେ ରହିବ । ଏନେଇ ସିଏମସି ପକ୍ଷରୁ ଘୋଷଣା କରାଯାଇଛି । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଗ୍ରୋସରୀ, ପରିବା ଦୋକାନ ଓ କ୍ଷୀର ଦୋକାନ ଖୋଲିବାକୁ ସର୍ତ୍ତମୂଳକ ଅନୁମିତ ମିଳିବ ।Cuttack High Court remain closed during Shutdown Period

ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିବ ଗ୍ରୋସରୀ, ପରିବା ଦୋକାନ ଓ କ୍ଷୀର ଦୋକାନ । ତେବେ, ଔଷଧ ଦୋକାନ ନିୟମିତ ଖୋଲିବ ଓ ଅନଲାଇନ୍ ଡେଲିଭଲି ଚାଲୁ ରହିବ ବୋଲି ସୂଚନା ଦିଆଯାଇଛି । କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ । ସଟଡାଉନ୍ ପାଇଁ ହାଇକୋର୍ଟ ମଧ୍ୟ ବନ୍ଦ ରହିବ । ହାଇକୋର୍ଟ ୮ ତାରିଖ ଯାଏଁ ବନ୍ଦ ରହିବା ନେଇ ହାଇକୋର୍ଟ ରେଜିଷ୍ଟରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।Cuttack High Court remain closed during Shutdown Period

ଜୁଲାଇ ୪ ତାରିଖ ସୁଦ୍ଧା କଟକ ଜିଲ୍ଲାରେ ୭୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କେବଳ ସିଏମସି ଅଞ୍ଚଳରୁ ୧୧୬ଟି ମାମଲା ଆସିଛି । ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ୯୨ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଚାଲିଥିବା ସିଏମସି ସୂଚନା ଦେଇଛି ।

କଟକରେ ବଢ଼ିଲା କରୋନା କଟକଣା, ୮ ତାରିଖ ଯାଏ ସହର ସଟରଡାଉନ୍

Leave a Reply