କରୋନା କଟକଣା ଯୋଗୁଁ ନିରୁତ୍ସାହିତ ପୂଜା ମଣ୍ଡପ କର୍ମକର୍ତ୍ତା: ମୂର୍ତ୍ତି ପୂର୍ବଭଳି ବଡ଼ କରିବାକୁ ଦାବି

କଟକ ପ୍ରସିଦ୍ଧ ଦୁର୍ଗାପୂଜା । ସିଲଭର ସିଟିରେ ଦଶହରା ବେଶ୍‌ ଧୁମଧାମରେ ପାଳନ କରାଯାଉଥିବା ବେଳେ କରୋନା ପାଇଁ ଲଗାଯାଇଥିବା କଟକଣା ବିଭିନ୍ନ ପୂଜା ମଣ୍ଡପ କର୍ମକର୍ତ୍ତାଙ୍କୁ ନିରୁତ୍ସାହିତ କରିଛି । କଟକଣା କୋହଳ ପାଇଁ ବିଭିନ୍ନ ସାମାଜିକ ସଂଗଠନ ପ୍ରତିବାଦ ଜାରି ରଖିଛନ୍ତି । ସାମାଜିକ ସଂଗଠନ ପକ୍ଷରୁ ଚାଲିଥିବା ପ୍ରତିବାଦ ଆଜି ସପ୍ତମ ଦିନରେ ପହଞ୍ଚିଛି । ମୂର୍ତ୍ତି ପୂର୍ବଭଳି ବଡ଼ କରାଯିବା ସହ ଆବଦ୍ଧ ମଣ୍ଡପରେ ପୂଜା ନିଷ୍ପତ୍ତିର ପୁନର୍ବିଚାର ପାଇଁ ସଂଗଠନ ପକ୍ଷରୁ ଦାବି ହୋଇଛି । ଆଜି ଜିଲ୍ଲାପାଳଙ୍କୁ ଭେଟି ଏ ନେଇ ସଂଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ତେବେ ଏ ସମ୍ପର୍କରେ ସରକାରଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ । ଅନ୍ୟପଟେ ଦୁର୍ଗାପୂଜା ପାଳନ ଉପରେ କଟକଣାକୁ ବିରୋଧ କରିଛି ବିଜେପି । ଆସନ୍ତା ୧୩ ତାରିଖରେ କଟକ ନଗର ବିଜେପି ପକ୍ଷରୁ କଟକ ବନ୍ଦ ଡାକରା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱଦେଶ ପେରିଲେ ସ୍ୱର୍ଣ୍ଣ ବିଜେତା ପ୍ରମୋଦ, କହିଲେ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ

Leave a Reply