ଲଗାଣ ବର୍ଷାରେ କଟକ ବେହାଲ, ହାରାହାରି ୧୪୩.୮୬ ମିମି ବର୍ଷା ରେକର୍ଡ

1 min read

କଟକ: ଲଘୁଚାପ ଜନିତ ଲଗାଣ ବର୍ଷାରେ କଟକ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ବାଦାମବଡି, ମହାନଦୀ ବିହାର, ଚାଉଳିଆଗଞ୍ଜ, ନୂଆପଡ଼ା ସହ ଅନେକ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଦେଖାଦେଇଛି। ଜଳ ନିଷ୍କାସନ ପାଇଁ ମହାନଗର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଲଗାଯାଇ ଜଳ ନିଷ୍କାସନ କରାଯାଉଛି। ସହରର ଶିଖରପୁର ନଦୀକୂଳ ସାହିରେ ୪ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି।

ଲୋକଙ୍କ ଘରେ ପାଣି ପସିବାରୁ ଆସବାବପତ୍ର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରୋଷେଇ ନହେବା ଫଳରେ ସମସ୍ତେ ଉପାସ ଅଛନ୍ତି। ସେହିପରି ରୋଗୀ ହନ୍ତସନ୍ତ ହେଉଛନ୍ତି। ସେପଟେ କଟକର କ୍ୟାନ୍ସର ହସ୍ପିଟାଲରେ ପଶିଛି ବର୍ଷା ପାଣି। ଡାକ୍ତରଖାନା ସାମ୍ନାରେ ପାଣି ଲହଡି ମାରୁଥିବା ବେଳେ ହସ୍ପିଟାଲ ଭିତରେ ପାଦେ ପାଦେ ପାଣି। ସେ କରିଡର ହେଉ କି ଡାକ୍ତରଙ୍କ ଚାମ୍ବର, ସବୁଠି ପାଣି ପଶିଛି। କେବଳ ସେତିକି ନୁହେଁ ବର୍ଷା କାରଣରୁ ଡାକ୍ତରଙ୍କ ଚାମ୍ବରର ସିଲିଂ ଖସିଥିବା ସୂଚନା ମିଳିଛି।

କଟକ ଜିଲ୍ଲାରେ ଯଦି ଦେଖିବା ହାରାହାରି ୧୪୩.୮୬ ମିମି ବର୍ଷା ରେକର୍ଡ କରାଯାଇଛି। ଆଠଗଡ଼ରେ ୮୦ମିମି, ବା-ଡମପଡ଼ାରେ ୧୨୦ ମିମି, ବାରଙ୍ଗରେ ୧୨୫ ମିମି, ବଡ଼ମ୍ବାରେ ୮୫ମିମି, କଟକ ସଦରରେ ୮୫ ମିମି, କଣ୍ଟାପଡ଼ାରେ ୩୮୧ ମିମି, ମାହାଙ୍ଗାରେ ୧୪୭, ନିଆଳିରେ ୩୭୦, ନିଶ୍ଚିନ୍ନକୋଇଲିରେ ୩୯.୨ ମିମି, ନରସିଂହପୁରରେ ୬୫ମିମି, ସେଲେପୁରରେ ୧୪୦ ମିମି, ଚୌଦ୍ୱାରରେ ୧୮୦ ମିମି ଏବଂ ଟିଗିରିଆରେ ୫୩ ମିମି ବର୍ଷା ରେକର୍ଡ କରାଯାଇଛି।

 

Leave a Reply