ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ କଟକ ଡିସିପି, କହିଲେ ଅନୁଧ୍ୟାନ ପରେ ନିଆଯିବ ପଦକ୍ଷେପ

1 min read

କଟକ: ସେଲିବ୍ରିଟି କପଲ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଗତକାଲି ବର୍ଷା କଟକ ପୁରୀଘାଟ ଥାନାରେ ଆଉ ଏକ ଲିଖିତ ଅଭିଯୋଗ କରିଛନ୍ତି । ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ବର୍ଷା ପୂର୍ବରୁ ଏକାଧିକ ଅଭିଯୋଗ କରିଛନ୍ତି । ଏସବୁର ଅନୁଧ୍ୟାନ ପରେ ଯାହା କିଛି ପଦକ୍ଷେପ ନିଆଯିବ ।

ସୂଚନା ଅନୁସାରେ ଲଗାତର ୨ ଥର ସୋସିଆଲ ମିଡିଆରେ ଅନୁଭବ ଅଧଘଣ୍ଟା ଓ ଘଣ୍ଟାଏ ଲେଖାଏଁ ଭିଡିଓ ଅପଲୋଡ କରି ବର୍ଷାଙ୍କ ବିଷୟରେ କହିଥିଲେ । ଏହା ଦ୍ୱାରା ବର୍ଷାଙ୍କ ମାନହାନି ହେଉଛି ବର୍ଷା ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ଏତଲାରେ ବର୍ଷା ଲେଖିଥିଲେ କି ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛନ୍ତି । ଏହା ସହ ଅନୁଭବଙ୍କ ସହ ତାଙ୍କର ମନୋମାଳିନ୍ୟ ପଛରେ ଦିଲ୍ଲୀରେ ରହୁଥିବା ଅନୁଭବଙ୍କ ବାନ୍ଧବୀ ଦାୟୀ ବୋଲି ବର୍ଷା ଲିଖିତ ଅଭିଯୋଗ କରିଛନ୍ତି ।