କଟକରେ କରୋନା ସ୍ଥିତି ନିୟନ୍ତ୍ରଣାଧିନ:.. ଅଧିକ ଟେଷ୍ଟିଂ ଉପରେ ଦିଆଯାଇଛି ଗୁରୁତ୍ୱ
କଟକ: କଟକରେ କରୋନା ନେଇ ରାଜ୍ୟ ସରକାରଙ୍କ ସୂଚନା । ଜିଲ୍ଲାରେ ମୋଟ୍ ୨୨୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୧୦୦୦ ଜଣ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ଅଧିକରୁ ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ରହିଛି । ଏବେ ସୁଦ୍ଧା କଟକରେ ୩୬ ହଜାର ଟେଷ୍ଟ କରାଯାଇଛି । ଟେଷ୍ଟିଂ ପାଇଁ ଘରୋଇ ଲ୍ୟାବକୁ ଅନୁମତି ମିଳିଛି । ଅନଲକ ୩.୦ ଘୋଷଣା ହୋଇଥିବାରୁ ସମସ୍ତଙ୍କ ଦାୟିତ୍ୱ ବଢ଼ିଥିବା ବେଳେ ଘରୁ ଯଥାସମ୍ଭବ କମ୍ ବାହାରିବାକୁ ପରାମର୍ଶ ଦିଆଯାଇଛି ।
କଟକରେ ମୋଟ ୧୩ଟି ବ୍ଲକ ଲେଭସ ଟେଷ୍ଟି ହେଉଛି । କଟକ ମ୍ୟୁନିସିପାଲ ଅଞ୍ଚଳରେ ମୋବାଇଲ ସ୍ୱାବ କନେକ୍ସସନ କରାଯାଉଛି । ୧୫ ଟି ରାପିଡ ରେସପନ୍ସ କଟେଲଟର ଟିମ ରହିଛି । ଏପରିକି ପ୍ରାଇଭେଟ ଲାବୋରେଟୋରୀ ଗୁଡ଼ିକରେ ମଧ୍ୟ ସାମ୍ପେଲ ଟେଷ୍ଟ କରାଯିବ । କଟକରେ ବିଭିନ୍ନ କୋଭିଡ ହସ୍ପିଟାଲ ଗୁଡ଼ିକରେ ୨୧୦୦ଟି ବେଡ଼ ଥିବାବେଳେ ବେଡ ସଂଖ୍ୟା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଉଛି । ବର୍ତ୍ତମାନ କଟକରେ ମୋଟ ୧୫୦ଟି କୋଭିଡ ହସ୍ପିଟାଲ ରହିଛି ।
କଟକରେ ଅନଲକ ୩.୦ର ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କମର୍ସିଆଲ ଆକଟିଭିଟିଜ୍ କୁ ଅଧିକ ଗୁରୁତ୍ୱ ଦିଆଯିବ । ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା, ହାତ ଧୋଇବାକୁ ଲୋକମାନଙ୍କୁ କୁହାଯାଉଛି ।
ସେପଟେ ପୁରୁଣା ରାଉସାପାଟଣାରୁ କଣ୍ଟେନମେଣ୍ଟ ଉଠାଇ ନିଆଯିବା ବେଳେ କେବଳ ଅଳ୍ପକିଛି ଜାଗାରେ କଣ୍ଟେନମେଣ୍ଟ କଟକଣା ରହିବ । ବେହେରା ସାହିରେ ଅଧିକ ଲୋକ ପଜିଟିଭ ରହିଥିବାରୁ , ସେଥିପାଇଁ ସ୍ୱତନ୍ତ୍ର ନଜର ରହିଛି । କରୋନା କାହାକୁ ବି ହୋଇପାରେ ଏଥିପାଇଁ ସତର୍କ ରହିବାକୁ ପରାମର୍ଶ । କରୋନା ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି ।