ଫ୍ଲିପକାର୍ଟକୁ ଜରିମାନା କଲେ କଟକ ଜିଲ୍ଲା ଖାଉଟି ଅଦାଲତ
1 min read
କଟକ: ଗ୍ରାହକଙ୍କୁ ଠକିବା ଅଭିଯୋଗରେ ଫ୍ଲିପକାର୍ଟକୁ ଜରିମାନା କଲେ କଟକ ଜିଲ୍ଲା ଖାଉଟି ଅଦାଲତ । କଟକ ସିଡିଏର ସୀମାଞ୍ଚଳ ରଥ ୨୦୧୯ ନଭେମ୍ବର ୧୫ ତାରିଖରେ 7 ହଜାର 999 ଟଙ୍କାରେ ଏକ LED ଟିଭି କିଣିଥିଲେ । ଟିଭିଟି ଦୁଇମାସ ଚାଲିବା ପରେ ଖରାପ ହୋଇଯାଇଥିଲା ପରେ ମାମଲା କୋର୍ଟରେ ପହଁଚିଥିଲା ।
ଦୁଇ ବର୍ଷରୁ ଅଧିକ ସମୟ ମାମଲା କୋର୍ଟରେ ଚାଲିବା ପରେ ଗ୍ରାହକ ସୀମାଞ୍ଚଳ ରଥଙ୍କୁ ବାର୍ଷିକ 9 ପ୍ରତିଶତ ସୁଧରେ ମୋଟ 45 ହଜାର 159 ଟଙ୍କା ଦେବାପାଇଁ ଫ୍ଲିପକାର୍ଟକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ଏକ ବଡ଼ କମ୍ପାନୀକୁ ଜରିମାନା ଶୁଣାଇଛନ୍ତି କଟକ ଜିଲ୍ଲା ଖାଉଟି ଅଦାଲତ ।