ଜିଲ୍ଲାପାଳଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ, ମନ୍ଦିର ଫାଟକ ନିକଟରେ ଲାଗିବ ପରଦା

କଟକ: ଧବଳେଶ୍ବର ମନ୍ଦିରରେ ପୂଜା ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି । ରାତି ପାହିଲେ ପଞ୍ଚୁକ । ଗତକାଲି କଟକ ଜିଲ୍ଲାପାଳ ଭର୍ଚୁଆଲ ମାଧ୍ୟମରେ ଧବଳେଶ୍ବର ଦର୍ଶନ ଦେବାକୁ କହିଥିଲେ । ଏହି ନିଷ୍ପତିକୁ ପୂଜକ ସମିତି ପକ୍ଷରୁ ବିରୋଧ କରାଯାଇଥିଲା । ତେବେ ଆଜି ଏ ନେଇ ଧବଳେଶ୍ବର ପୀଠରେ ପ୍ରଶାସନ ସହ ପୂଜକ ସମିତିର ବୈଠକ ବସିଥିଲା ।

ଜିଲ୍ଲାପାଳ ନେଇଥିବା ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇଛି । ଝୁଲାପୋଲ ପାଖରେ ନୂହେଁ ବରଂ ମୁଖ୍ୟ ରାସ୍ତା କଡରେ ଥିବା ମନ୍ଦିର ଫାଟକ ନିକଟରେ ଲାଗିବ ପରଦା । ପୂଜାର୍ଚ୍ଚନା ପାଇଁ ଅସ୍ଥାୟି ପ୍ରତିମା ହେବ ନାହିଁ । ଆଠଗଡ ଉପଜିଲ୍ଲାପାଳଙ୍କ ସହ ପୂଜକ ସମିତି, ପୋଲିସ ପ୍ରଶାସନ ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବପରି ମୂଖ୍ୟରାସ୍ତା ଠାରୁ ଝୁଲା ପୋଲ ଓ ମନ୍ଦିର ବେଢା ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି କହିଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ ।