ତିଗିରିଆରେ ଗୋଷ୍ଠୀ ସଂଘର୍ଷ ଘଟଣା, ସିସିଟିଭିରେ କଏଦ ଆକ୍ରମଣର ଦୃଶ୍ୟ…

ତିଗିରିଆ: ତିଗିରିଆ ଥାନା ଭୋଗଡ଼ା ପଞ୍ଚାୟତର ବେଲଣ୍ଟା ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା। ସିସିଟିଭି ଫୁଟେଜରେ କଏଦ ହୋଇଛି ଗୋଷ୍ଠୀ ସଂଘର୍ଷର ଦୃଶ୍ୟ। ୧୫ରୁ ଅଧିକ ଯୁବକ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି। ଭୋଗଡ଼ାର ମହିଳା ସରପଞ୍ଚ ଏବଂ ତାଙ୍କ ପରିବାର ଉପରେ ଆକ୍ରମଣ କରିଛନ୍ତି କିଛି ଯୁବକ। ସରପଞ୍ଚଙ୍କ ସ୍ବାମୀ ଏବଂ ଦିଅରଙ୍କ ସମେତ ପାଞ୍ଚ ଜଣ ଆହତ ହୋଇଛନ୍ତି।

ପ୍ରଥମେ ତିଗିରିଆ ମେଡିକାଲ ଓ ପରେ ଅବସ୍ଥା ଗୁରୁତର ହେବାରୁ ଆହତଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଘଟଣାରେ ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦିଆଯାଇଥିବା ବେଳେ ଗାଁରେ ଶାନ୍ତି ଫେରାଇ ଆଣିବାକୁ ଆଇଆଇସିଙ୍କ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ଗାଁ ରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନେତୃତ୍ୱରେ ଏକ କମ୍ପାନୀ ସିଆଇଏସଏଫ୍ ଙ୍କ ଦ୍ଵାରା ଫ୍ଲାଗମାର୍ଚ୍ଚ କରାଯାଇଛି। CCTV କୁ ଆଧାର କରି ତଦନ୍ତ ଚଳାଇଛି ପୋଲିସ। ଖୁବଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।