ଆସନ୍ତା ୧୦ ତାରିଖରୁ କଟକରେ ବୁଷ୍ଟର ଡୋଜ୍ ଟିକାକରଣ

କଟକ: କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ଆସନ୍ତା ୧୦ରୁ ଏହି ଟିକାକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ନୋଡାଲ ଅଫିସର ଡକ୍ଟର ଉମେଶ ରାୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସନ୍ତା ୧୦ରୁ କଟକରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍ ଯୋଦ୍ଧା ପ୍ରଥମେ ନେବେ ବୁଷ୍ଟର ଡୋଜ। ୬୦ ବର୍ଷରୁ ଊର୍ଦ୍ଧ୍ୱ ବିଭିନ୍ନ ରୋଗରେ ପୀଡିତ ବୟସ୍କ ଲୋକ ମଧ୍ୟ ନେବେ ବୁଷ୍ଟର ଡୋଜ । ଦ୍ୱିତୀୟ ଡୋଜର ୯ ମାସ ପରେ ଦିଆଯିବ ବୁଷ୍ଟର ଡୋଜ । ସମୟ କ୍ରମେ ସାଧାରଣ ଲୋକ ବୁଷ୍ଟର ଡୋଜ ଦିଆଯିବ ।

ସେହିଭଳି ଆସନ୍ତାକାଲି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବ କିଶୋରଙ୍କୁ ଟିକାକରଣ । ରାଜ୍ୟରେ ୨୫ ଲକ୍ଷ ୫୩ ହଜାର କିଶୋର ଭ୍ୟାକସିନ୍ ନେବେ । ଏଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରିଛି ସ୍ୱାସ୍ଥ୍ୟ ବିଭାଗ । ଭ୍ୟାକସିନ୍ ପାଇଁ ଅନଲାଇନ୍‌, ଅନ୍‌ସାଇଟରେ ହେବ ପଞ୍ଜିକରଣ । କେନ୍ଦ୍ରର ଗାଇଡଲାଇନ୍ ଅନୁସାରେ ୧୫ରୁ ୧୮ ବର୍ଷ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ । ଏଥିପାଇଁ ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ସହିତ ୨ ପ୍ରକାରର ବ୍ୟବସ୍ଥା ହୋଇଛି । ପ୍ରଥମ ଡୋଜର ୨୮ଦିନ ବ୍ୟବଧାନରେ ଦ୍ୱିତୀୟ ଡ଼ୋଜ ଦିଆଯିବ ।

ଅନ୍ୟପକ୍ଷରେ ଭୁବନେଶ୍ୱର ମହାନଗର ନିଗମରେ ଲୋକଙ୍କ ସହଯୋଗରେ ଇତି ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ମୋଟ ୨୭ଲକ୍ଷ ୪୦ହଜାର ୫୦୩ ଡୋଜ ଟିକା ଦିଆଯାଇଛି । ଆସନ୍ତା ୩ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଟିକାକରଣ ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ବିଏମ୍‌ସି କମିଶନର ସଂଜୟ ସିଂ । ଏହି ବର୍ଗରେ ଅଧିକ ସଂଖ୍ୟକ ବ୍ୟକ୍ତି ଥିବା କାରଣରୁ ଆବଶ୍ୟକ ସ୍ଥଳେ ଟିକା କେନ୍ଦ୍ର ଓ ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । ତେବେ ପ୍ରଥମ ଓ ଦ୍ୱିତୀୟ ପାର୍ଯ୍ୟାୟ ଭଳି ଲୋକଙ୍କ ସହଯୋଗ ରହିଲେ ଏଥିରେ ମଧ୍ୟ ସଫଳତା ହାସଲ କରିବା ବୋଲି କହିଛନ୍ତି ବିଏମ୍‌ସି କମିଶନର।

Leave a Reply