କଟକ ସୁଭଦ୍ରାପୁର ଅଞ୍ଚଳର ଅଜୟ ନାୟକଙ୍କ ଘର ଉପରକୁ ବୋମାମାଡ଼
![](https://nandighoshatv.com/wp-content/uploads/2025/01/vlcsnap-2025-01-11-07h31m47s170-1024x576.png)
ନନ୍ଦିଘୋଷ ବ୍ୟୁରୋ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳର ଅଜୟ ନାୟକଙ୍କ ଘର ଉପରକୁ ବୋମାମାଡ଼ । ଗତକାଲି ବିଳମ୍ବିତ ରାତିରେ ହୋଇଛି ବୋମାମାଡ । ଅଜୟ ଓ ତାଙ୍କ ପରିବାର ଲୋକ ଘର ଭିତରେ ଥିଲା ବେଳେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଘର ଭିତରକୁ ବୋମା ଫିଙ୍ଗି ଥିବା ଅଭିଯୋଗ । ଜୋରରେ ଶବ୍ଦ ହେବା ସହ ଚାରି ଆଡେ଼ ଧୂଆଁମୟ ହୋଇଯାଇଥିଲା । ଘଟଣାସ୍ଥଳରେ ସଦର ଥାନା ଆଇଆଇସି ଏବଂ ଜୋନ୍ 4 ଏସିପି ଅମିତାଭ ମହାପାତ୍ର ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ବୋଲି କହିଛନ୍ତି ଅଜୟ ନାୟକ ।