କଟକରେ ବିଜେଡିର ମିଶ୍ରଣ ପର୍ବ

1 min read

କଟକ: ଆକର୍ଷିତ କରୁଛି ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନା । ଏଥିରେ ଅନୁପ୍ରାଣିତ ହୋଇ ଆଜି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀର ବହୁ ନେତା ଓ କର୍ମୀ କଂଗ୍ରେସ ଓ ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ବରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦ ନମ୍ବର ଓ୍ବାର୍ଡର ପୂର୍ବତନ ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ମଧୁମିତା ମହାନ୍ତି, ସୋନାଲି ମହାନ୍ତିଙ୍କ ସହ ୧୦ ନମ୍ବର ଓ୍ବାର୍ଡର ମହିଳା ବିଜେପି କର୍ମୀ ଶୁଭ୍ରଜ୍ୟୋତ୍ସ୍ନା ମହାନ୍ତି ବିଜେଡିରେ ସାମିଲ ହୋଇଥିଲେ । କଟକ ନଗର ସଭାପତି ମଧୁସୂଦନ ସାହୁ, କଟକ ନଗର ମହିଳା ସଭାପତି ପୂର୍ଣ୍ଣିମା ସିଂ, ଜିଲ୍ଲା ମହିଳା ସଭାପତି ଅନିତା ବେହେରା, ନିରାମୟ ଅଧ୍ୟକ୍ଷ ରଂଜନ ବିଶ୍ବାଳ, ରାଜ୍ୟ କର୍ମକର୍ତ୍ତା ଏହି ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ ।