ସଜେଇ ହେଲାଣି କଟକ ବାରବାଟୀ ଷ୍ଟାଡିୟମ । ଡିସେମ୍ବର ୯ ତାରିଖରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତର୍ଜାତିକ ଟି-ଟ୍ବେଣ୍ଟି କ୍ରିକେଟ । ଏଥିପାଇଁ ଷ୍ଟାଡିୟମର ସୁରକ୍ଷା ଓ ଭିତ୍ତିଭୂମି ପରଖିବା ପାଇଁ ଆଜି IIT ଭୁବନେଶ୍ଵରର ଏକ ବୈଷୟିକ ଟିମ ବାରବାଟୀ ପରିଦର୍ଶନ କରିଛନ୍ତି । ୭ଟି ଯାକ ଗ୍ୟାଲେରୀ, ପୁରୁଣା ପାଭିଲିୟନ, କର୍ପୋରେଟ ବକ୍ସ, ଓସିଏ ବିଲଡିଂ ବୁଲି ଭିତ୍ତିଭୂମୀ ଉପରେ ଏକ ସାର୍ଟିଫିକେଟ ୬ ତାରିଖରେ ସରକାରଙ୍କୁ ଦେବେ । ବିଶେଷ କରି ୬ ଓ ୭ ଗ୍ୟାଲେରୀ ଦୁଇଟି ଟିକେ ବିପଦସଂକୁଳ ଥିଲା। ତାର ନବୀ କରଣ କରାଯାଇଥିବାବେଳେ ଏହାକୁ ପରୀକ୍ଷା କରିଛନ୍ତି ଟିମ୍ । ଥାଇଲାଣ୍ଡ ଓ କାନାଡାର ବୈଷୟିକ ସହାୟତାରେ ୨୦୧୯ ମସିହାରେ ୭ ନମ୍ବର ଗ୍ୟାଲେରୀ କାମ ଆରମ ହୋଇଥିଲା । ୨୦୨୨ ରେ ଏହା ସରିବା ପରେ ଆଉ ଦର୍ଶକଙ୍କ ବସିବା ନେଇ କିଛି ଅସୁବିଧା ନାହିଁ । ସେପଟେ ଦୀର୍ଘଦିନ ପରେ ପୁଣି ଥରେ ଅନ୍ତର୍ଜାତୀୟ ଖେଳ ହେଉଥିବାରୁ କ୍ରୀଡ଼ାପ୍ରେମୀଙ୍କ ମଧ୍ଯରେ ଉତ୍ସାହ ପ୍ରକାଶ ପାଇଛି ।

