ସଫ୍ଟୱେର ଚାକିରି ଛାଡି ପଶୁପକ୍ଷୀ ସେବାରେ..

1 min read

କଟକ: ଯୁବ ବୟସରେ ପଶୁପକ୍ଷୀଙ୍କ ପ୍ରତି ରହିଛି ଅଗାଧ ଭଲପାଇବା । ସେଥିପାଇଁ ସଫ୍ଟୱେର ଚାକିରି ଛାଡି ପଶୁପକ୍ଷୀ ସେବାରେ ନିଜକୁ ସମର୍ପିତ କରିଛନ୍ତି । ନଜସ୍ବ ଉଦ୍ୟମରେ କଟକ ବିଡାନାସୀରେ ଏକ ସେଲଟର କରି ଅନେକ ରୋଗାକ୍ରାନ୍ତ ପଶୁପକ୍ଷୀ ଏବଂ ଦୁର୍ଘଟଣାଗସ୍ତ ଜୀବଜନ୍ତୁଙ୍କୁ କରୁଛନ୍ତି ଚିକିତ୍ସା । ପଶୁ ପକ୍ଷୀଙ୍କୁ ଛଟପଟ ହେଉଥିବା ଦେଖିଲେ ତାଙ୍କ ମନ ବିଚଳିତ ହୋଇପଡ଼େ । ତୁରନ୍ତ ତାଙ୍କୁ ନେଇ ଆସି ନିଜ କେନ୍ଦ୍ରର ସେବା ଯୋଗାଇ ଦିଅନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣା ।

ଯୁବ ବୟସରେ ପଶୁପକ୍ଷୀଙ୍କ ପ୍ରତି ରହିଛି ଅଗାଧ ଭଲପାଇବା । ସେଥିପାଇଁ ସଫ୍ଟୱେର ଚାକିରୀ ଛାଡି ପଶୁପକ୍ଷୀ ସେବାରେ ନିଜକୁ ସମର୍ପିତ କରିଛନ୍ତି । ନଜସ୍ବ ଉଦ୍ୟମରେ କଟକ ବିଡାନାସୀରେ ଏକ ସେଲଟର କରି ଅନେକ ରୋଗାକ୍ରାନ୍ତ ପଶୁପକ୍ଷୀ ଏବଂ ଦୁର୍ଘଟଣାଗସ୍ତ ଜୀବଜନ୍ତୁଙ୍କୁ କରୁଛନ୍ତି ଚିକିତ୍ସା । ପଶୁ ପକ୍ଷୀଙ୍କୁ ଛଟପଟ ହେଉଥିବା ଦେଖିଲେ ତାଙ୍କ ମନ ବିଚଳିତ ହୋଇପଡ଼େ। ତୁରନ୍ତ ତାଙ୍କୁ ନେଇ ଆସି ନିଜ କେନ୍ଦ୍ରର ସେବା ଯୋଗାଇ ଦିଅନ୍ତି । ତାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ସାଜିଛି ପ୍ରେରଣା ।

କାହାର ଗୋଡ଼ ନାହିଁ ତ କାହାର ଲାଞ୍ଜ । କିଏ ଆଖି ହରାଇଛି ତ କିଏ ରୋଗରେ ପଡ଼ି ଛଟପଟ ହେଉଛି । ସମସ୍ତଙ୍କ ପାଇଁ ସାହାରା ପାଲଟିଛନ୍ତି କଟକ ବିଡ଼ାନାସୀର ସାଇନୀ । ଜୀବେଦୟା ତାଙ୍କର ଜୀବନର ଶ୍ରେଷ୍ଠ ବ୍ରତ ପାଲଟିଛି । ଏଥିପାଇଁ ସଫ୍ଟଓ୍ବେର କମ୍ପନୀରୁ ଚାକିରି ଛାଡ଼ି ପଶୁପକ୍ଷୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ବିଡ଼ାନାସୀ ଲକ୍ଷ୍ମୀନଗର ଲେନ୍-୩ରେ ରହିଛି ସାଇନୀ ମିଶ୍ରଙ୍କ ଶୁଶ୍ରୂଷା ଓ୍ବେଲଫେୟାର୍ ଫାଉଣ୍ଡେସନ । କଟକ ସହରର ବିଭିନ୍ନ ଅଞ୍ଚଳ ମାନଙ୍କରେ ରହୁଥିବା ପଶୁପ୍ରେମୀ ମାନଙ୍କୁ ଯୋଡ଼ି ଏହି ପଶୁ ପକ୍ଷୀ କଲ୍ୟାଣ କେନ୍ଦ୍ରରେ ସେବା କାର୍ଯ୍ୟ କରୁଛନ୍ତି ସାଇନୀ । ଦୁର୍ଘଟଣାଗ୍ରସ୍ତ ପଶୁପକ୍ଷୀଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ସେମାନଙ୍କ ସେବା ଶୁଶ୍ରୂଷା କରନ୍ତି । ଏଥିରେ ତାଙ୍କୁ ପରମ ଆନନ୍ଦ ମିଳୁଥିବା କହନ୍ତି ସାଇନୀ।

ସର୍ବେଶ୍ୱର ମିଶ୍ର ଓ ମଞ୍ଜୁଲତାଙ୍କ ଝିଅ ସାଇନୀ ମିଶ୍ର । ଛୋଟ ବେଳରୁ ପଶୁପକ୍ଷୀଙ୍କ ସେବା କରିବାକୁ ଭଲ ପାଆନ୍ତି । ଦୁର୍ଘଟଣାଗ୍ରସ୍ତ ପଶୁପକ୍ଷୀଙ୍କୁ ଦେଖିଲେ ତାଙ୍କ ଆଖିରେ ଲୁହ ଆସିଯାଏ । ସେଥିପାଇଁ ୨୦୧୭ରୁ ଆରମ୍ଭ କରିଦିଅନ୍ତି ଚିକିତ୍ସା । ତେବେ ୨୦୧୮ରେ ଏମବିଏ ଶିକ୍ଷା ସରିବା ପରେ ବେଙ୍ଗଳୁରୁର ଏକ ସଫ୍ଟଓ୍ବେୟାର କମ୍ପାନୀରେ ମୋଟା ଅଙ୍କରେ ଚାକିରି କରନ୍ତି । କିନ୍ତୁ ୬ ମାସ ଚାକିରି ଭିତରେ ତାଙ୍କର ଜୀବେଦୟା ମନ ପୁଣି କଟକ ଟାଣିଆଣେ । ତାଙ୍କର ଏହି ମହତ କାର୍ଯ୍ୟରେ ବାପା ମାଆ ବି ସହଯୋଗ କରନ୍ତି ।