ଧନତେରାସ ପାଇଁ ଆଜି ବି ସୁନା ଦୋକାନରେ ଭିଡ, ଗ୍ରାହକଙ୍କୁ ଟାଣୁଛି ଆକର୍ଷଣୀୟ ଅଫର୍‌

ଭୁବନେଶ୍ବର: ଧନତେରାସ ଅବସରରେ ସୁନା କିଣିବାକୁ ଦୋକାନରେ ଭିଡ଼ । ଏହି ଅବସରରେ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସିଥାନ୍ତି ବୋଲି ବିଶ୍ବାସ ରହିଛି । ଏଣୁ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣୁଛନ୍ତି । ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଧନତେରାସ ପାଳନ କରାଯାଏ । ଏହାକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ । ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହି ଦିବସକୁ ପାଳନ କରାଯାଏ ।

ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ମୁଖ୍ୟ ଦ୍ବାରକୁ ସୁନ୍ଦର କରି ମାଆଙ୍କୁ ସ୍ବାଗତ କରାଯାଏ । କିଛି ମୂଲ୍ୟବାନ ଜିନିଷ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ବାସ ରହିଛି ।