ATMରୁ କ୍ୟାଶ ଉଠାଇବା ହେବ ମହଙ୍ଗା, ପ୍ରତି ଟ୍ରାଞ୍ଜାକସନ ପାଇଁ ଲାଗିବି ଅଧିକ ଚାର୍ଜ, NPCI ପ୍ରସ୍ତାବକୁ ମଞ୍ଜୁରୀ ଦେଲା RBI

ଆପଣମାନେ ଯଦି ଏଟିଏମରୁ କ୍ୟାନ ଉଠାଉଛନ୍ତି, ତେବେ ତାହା ମହଙ୍ଗା ହେବାକୁ ଯାଉଛି । ମେ ୧ ତାରିଖରୁ ଆପଣଙ୍କ ପକେଟ ଖର୍ଚ୍ଚ ବଢ଼ିବାକୁ ଯାଉଛନ୍ତି । ପ୍ରତି ଟ୍ରାଞ୍ଜାକସନ ଉପରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଚାର୍ଜ ଦେବାକୁ ପଡ଼ିବ । ଏନେଇ ଏନପିସିଆଇର ପ୍ରସ୍ତାବକୁ ଆରବିଆଇ ମଞ୍ଜୁରୀ ଦେଇଛି । ମେ ପହିଲାରୁ ବଦଳିବାକୁ ଯାଉଥିବା ନିୟମ ଅନୁସାରେ, ହୋମ ବ୍ୟାଙ୍କ ନେଟଓ୍ବାର୍କ ବାହାରେ ଯଦି କୌଣସି ଏଟିଏମ ମେଶିନରେ ଟ୍ରାଞ୍ଜାକସନ କରିବେ କିମ୍ବା ବାଲାନ୍ସ ଚେକ କରିବେ, ତେବେ ୟୁଜରଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ଭାରତୀୟ ରାଷ୍ଟ୍ରୀୟ ପେମେଣ୍ଟ ନିଗମ (ଏନପିସିଆଇ)ର ପ୍ରସ୍ତାବ ଆଧାରରେ ଆରବିଆଇ ଦ୍ବାରା ଅନୁମୋଦିତ ସଂଶୋଧନର ଏକ ଅଂଶ ।
ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ଯଦି ଗ୍ରାହକ ନିଜର ହାମ ବ୍ୟାଙ୍କର ଏଟିଏମ ବଦଳର ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଉଥିଲେ, ତେବେ ତାଙ୍କୁ ପ୍ରତି ଟ୍ରାଞ୍ଜାକସନ ପିଛା ୧୭ ଟଙ୍କା ଚାର୍ଜ ଦେବାକୁ ପଡ଼ୁଥିଲା । ମାତ୍ର ଏବେ ମେ ୧ରୁ ତାହା ବୃଦ୍ଧି ପାଇ ୧୯ ଟଙ୍କା ହୋଇଯିବ । ସେହିପରି ଗ୍ରାହକ ନିଜ ବ୍ୟାଙ୍କ ବ୍ୟତୀତ ଅନ୍ୟ ବ୍ୟାଙ୍କ ଏଟିମିଏମରେ ବାଲାନ୍ସ କରୁଥିଲେ ପୂର୍ବରୁ ୬ ଟଙ୍କା ଚାର୍ଜ ରହିଥିବା ବେଳେ ଏବେ ତାହା ୭ ଟଙ୍କା ହୋଇଯିବ । ବ୍ୟାଙ୍କ ୟୁଜର ନିଜର ଫ୍ରି ମନ୍ଥଲି ଟ୍ରାଞ୍ଜାକସନ ଲିମିଟ ପରେ ଅର୍ଥ ଉଠାଣ କଲେ ଏହି ଚାର୍ଜ ଲାଗୁ ହେବ ।