ଖାଇବା ଦେବାରେ ବିଳମ୍ବ କରିବାରୁ ରେଷ୍ଟୁରାଣ୍ଟର କର୍ମଚାରୀଙ୍କୁ ମାଡ

1 min read

ଭୋପାଳ: ଭୋପାଳର ଏକ ରେଷ୍ଟୁରାଣ୍ଟରେ ନିମ୍ନମାନର ଖାଦ୍ୟ ପରସିବାକୁ ନେଇ ଗ୍ରାହକମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରେଷ୍ଟୁରାଣ୍ଟର କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଗଣ୍ଡଗୋଳର ପୁରା ଦୃଶ୍ୟ ସିସି ଟିଭିରେ କଏଦ ହୋଇଥିଲା । ତେବେ ଏହି ସମସ୍ତ ଘଟଣାକ୍ରମର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଘଟଣାଟି ୨୮ ଅକ୍ଟୋବରରେ ଭୋପାଳର ଏକ ରେଷ୍ଟୁରାଣ୍ଟର ଘଟିଥିଲା ।

ଭିଡିଓଟିରେ ଦେଖାଯାଇଛି, ରେଷ୍ଟୁରାଣ୍ଟର କିଚେନରେ ଦୁଇ ପକ୍ଷଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି । କିନ୍ତୁ ଅନ୍ୟ ଏକ ରିପୋର୍ଟ ଆଧାରରେ ଜଣାଯାଇଛି ଯେ, ଜଣେ ଗ୍ରାହକ ଖାଦ୍ୟ ଅର୍ଡର ଦେଇ ଟେବୁଲରେ ବସିଥିଲେ । ବିଳମ୍ବ ହେବାରୁ କିଚେନକୁ ଯାଇ କର୍ମଚାରୀଙ୍କୁ ବାଡେଇଥିଲେ ।

ଏନେଇ କୌଣସି ମାମଲା ରୁଜୁ କରାଯାଇନାହିଁ ତେଣୁ ପୋଲିସ ନିଜଆଡ଼ୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ଏଏନ୍ଆଇକୁ ସୂଚନା ଦେଇଛନ୍ତି ଏସ୍.ପି । ଖାଦ୍ୟ ପରସିବାରେ ବିଳମ୍ବ ହେବା ଯୋଗୁଁ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା ।  ')}

Leave a Reply