ହିତାଧିକାରୀଙ୍କ ଟିପ ଚିହ୍ନରେ ଟଙ୍କା ଉଠାଇ ଗ୍ରାହକ ସେବା କେନ୍ଦ୍ର ମାଲିକ ଫେରାର
ଭବାନୀପାଟଣା: ଗ୍ରାହକ ସେବା କେନ୍ଦ୍ରରେ ଠକେଇ । ହିତାଧିକାରୀଙ୍କ ଟିପ ଚିହ୍ନ ନେଇ ଟଙ୍କା ଉଠେଇ ମାଲିକ ଫେରାର । କଳାହାଣ୍ଡି ଜିଲ୍ଲା ଆମ୍ବପାଣିର ଘଟଣା । ଆମ୍ବପାଣିରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଖୋଲି ଥିବା ମାଲିକ ଜଗଦୀଶ ଚନ୍ଦ୍ର ସିଂ ପ୍ରଧାନ ମନ୍ତ୍ରୀ ଆବାସ ଗୃହ ହିତାଧିକାରୀ, ମନରେଗା ଶ୍ରମିକ, ବାର୍ଦ୍ଧକ୍ୟ, ବିଧବା, ବିକଳାଙ୍ଗ ଭତ୍ତା ହିତାଧିକାରୀଙ୍କ ଟଙ୍କା ଉଠେଇ କୁଆଡେ ଫେରାର ହୋଇଯାଇଛନ୍ତି ।
ପାଖାପାଖି 50ରୁ ଉର୍ଦ୍ଧ୍ବ ଲୋକଙ୍କ ଟଙ୍କା ଠକି ନେଇ ଗ୍ରାହକ ସେବା କେନ୍ଦ୍ରରେ ତାଲା ପକେଇ ଫେରାର ହୋଇ ଯାଇଥିବା ଆମ୍ବ ପାଣି ଥାନାରେ ଅଭିଯୋଗ ହୋଇଛି । ଏନେଇ ଥାନା ଅଧିକାରୀକୁ ପଚାରି ଵାରୁ ତଦନ୍ତ ପରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ।