ହେପାଜତରେ ଅଭିଯୁକ୍ତର ମୃତ୍ୟୁ, ରେଞ୍ଜରଙ୍କ ସମେତ ୯ ଅଟକ

ଆଠଗଡ଼: ଆଠଗଡ଼ରେ ଅଭାବନୀୟ ଘଟଣା । ହାତୀକୁ ହତ୍ୟା କରିଥିବା ସନ୍ଦେହରେ ଅଟକ ରଖି ଜେରା ବେଳେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବଡ଼ମ୍ବା ରେଞ୍ଜରେ ପଚରାଉଚରା ବେଳେ ସାତଗୋଛିଆ ଗାଁର ୫୯ ବର୍ଷିୟ ଧନେଶ୍ବର ବେହେରାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଘଟଣାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୯ ଜଣ ବନ କର୍ମଚାରୀଙ୍କୁ ଅଟକ ରଖିଛି ଆଠଗଡ଼ ଥାନା ପୋଲିସ ।

ଆଠଗଡ଼ ଥାନାରେ ଦୁଇ ଏସିଏଫ ଘନଶ୍ୟାମ ମୁଦୁଲି ଓ ହରେକୃଷ୍ଣ ମଲ୍ଲିକ ଅଟକ ଅଛନ୍ତି । ଗତ ୩୦ ତାରିଖରେ ବଡ଼ମ୍ବା ରେଞ୍ଜର ମାଣିଆବନ୍ଧ ବିଟ ହିନ୍ଦୋଳ ବଡ଼ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇ ତଦନ୍ତ କରୁଥିଲା ବଡ଼ମ୍ବା ବନ ବିଭାଗ ।