ଚଳିତ ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ କୋଟି ଡୋଜ୍ କୋଭାକ୍ସିନ୍ ଉତ୍ପାଦନ କରିବ ଭାରତ ବାୟୋଟେକ୍

1 min read
Current Production Capacity Of Covaxin Vaccine Will Be Doubled By May June 2021

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ଦ୍ରୁତଗତିରେ ବ୍ୟାପୁଛି । ଅନ୍ୟପଟେ ଦେଶର ଅଧିକାଂଶ ରାଜ୍ୟରେ ଭ୍ୟାକ୍ସିନର ଅଭାବ ପରିଲକ୍ଷିତ ହେଉଛି । ଏହାରି ଭିତର କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରଣାଳୟ କହଛି, ମେ-ଜୁନ୍ ସୁଦ୍ଧା କୋଭାକ୍ସିନ୍ ଟିକା ଉତ୍ପାଦନ ଦୁଇ ଗୁଣା ବୃଦ୍ଧି ପାଇବ । ଜୁଲାଇ-ଅଗଷ୍ଟ ସୁଦ୍ଧା କୋଭାକ୍ସିନ୍ ଉତ୍ପାଦନ ପ୍ରାୟ ୬ରୁ ୭ ଗୁଣା ବଢ଼ିବ ।

ମନ୍ତ୍ରଣାଳୟର ସୂଚନା ଅନୁସାରେ, ୨୦୨୧ ସେପ୍ଟେମ୍ବର ସୁଦ୍ଧା ମାସିକ ୧୦ କୋଟି କୋଭାକ୍ସିନ୍ ଉତ୍ପାଦନ ହୋଇ ପାରିବ । କୋଭାକ୍ସିନ୍ ଉତ୍ପାଦନ ପାଇଁ ଭାରତ ବାୟୋଟେକକୁ ସରକାର ପ୍ରାୟ ୬୫ କୋଟି ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି । ଏହାବ୍ୟତୀତ ତିନିଗୋଟି ରାଷ୍ଟ୍ରାୟତ ଉଦ୍ୟୋଗ ଭ୍ୟାକ୍ସିନ୍ ଉତ୍ପାଦନ ବୃଦ୍ଧି ପାଇଁ ସହଯୋଗ କରୁଛନ୍ତି ।

ମେ ୧୦ରେ ଭାରତ ବାୟୋଟେକ୍ ୧୮ ରାଜ୍ୟକୁ ଟିକା ପଠାଇଛି । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ଆନ୍ଧ୍ରପ୍ରଦେଶ, ହରିୟାଣା, ଓଡ଼ିଶା, ଆସାମ, ଜମ୍ମୁକାଶ୍ମୀର, ତାମିଲନାଡ଼ୁ, ବିହାର, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, କର୍ଣ୍ଣାଟକ, ତେଲଙ୍ଗାନା, ତ୍ରିପୁରା, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ ଆଦି ୧୮ ରାଜ୍ୟକୁ ଟିକା ଦେଉଛି ଭାରତ ବାୟୋଟେକ୍ ।

Leave a Reply