spot_img

Latest Posts

ନୋଟ୍ ରୁ ବ୍ୟାପୁନି ତ କରୋନା ସଂକ୍ରମିତଙ୍କ ସଂଖ୍ୟା ?

ଭୂବନେଶ୍ୱର: କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି । ସରକାରଙ୍କ ବିଭିନ୍ନ ପ୍ରୟାସ ପରେ ଧିରେ ଧିରେ କରୋନା ବ୍ୟାପିବାରେ ଲାଗିଛି । ଫଳରେ ପରିସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିବାରେ ଲାଗିଛି । ଏବେ ସମସ୍ତଙ୍କୁ ଚିନ୍ତିତ କରିଛି ଲକ ଡାଉନ ସତ୍ତ୍ୱେ କରୋନା କିପରି ବ୍ୟାପୁଛି ? ଏହାର ଆଧାର କଣ ? ଏହା ଆମେ ବ୍ୟବହାର କରୁଥିବା ନୋଟ୍ ନୁହେଁ ତ ? ଏମିତି କିଛି ପ୍ରଶ୍ନ ଭିତରେ ସୋସିଆଲ ମିଡ଼ିଆରେ କିଛି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ଜଣେ ବ୍ୟକ୍ତି 500ଟଙ୍କିଆ ନୋଟ ଗୁଡ଼ିକୁ ପାଟିରେ ଓ ନାକରେ ଲଗାଉଛନ୍ତି । ଏବଂ ଏହି ନୋଟରେ କରୋନା ସଂକ୍ରମଣ ହେବାର ଭୟ ମଧ୍ୟ ଲାଗିରହିଛି । କରୋନା ପାଇଁ ସାରା ଦେଶରେ ଲକ୍ ଡାଉନ, ଏବଂ ଲକଡାଉନ ପାଇଁ ଲୋକଙ୍କ ଖର୍ଚ୍ଚ କମିଯାଇଛି । ଏହି ସମୟରେ ଅନ୍ ଲାଇନର ସେବା ମଧ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି । ଫଳରେ ଲୋକେ ନୋଟର ଅଧିକ ମାତ୍ରାରେ ବ୍ୟବହାର କରୁଛନ୍ତି । ଏଭଳି ସ୍ଥିତିରେ ଏଭଳି ଭିଡ଼ିଓ ଆପଣଙ୍କୁ ଭୟଭିତ କରିବ ନିଶ୍ଚୟ ।
ନୋଟ ଗୁଡ଼ିକୁ ସୁରକ୍ଷିତ ରଖିବାକୁ ଚିନ କଣ କରିଥିଲା ଏବଂ ଭାରତ କଣ କରୁଛି ଆସନ୍ତୁ ଜାଣିବା । ପୂର୍ବରୁ କୁହାଯାଉଥିଲା କି ଖବର କାଗଜ ଏବଂ ନୋଟ୍ ମାଧ୍ୟମରେ କରୋନା ବ୍ୟାପିବାର କୌଣସି ଭୟ ନାହିଁ । କିନ୍ତୁ ଏବେ ଜଣେ ଡାକ୍ତର ଏନେଇ ବିଶେଷ ତଥ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ନୋଟ୍ ମାଧ୍ୟମରେ ମଧ୍ୟ କରୋନା ବ୍ୟାପିବାର ଭୟ ରହୁଛି । ତେଣୁ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ । ଏବଂ ଡାକ୍ତର ଜଣଙ୍କ ଏହି ସଂକ୍ରମଣରୁ ବଞ୍ଚିବାର ଉପାୟ ମଧ୍ୟ କହିଛନ୍ତି । ତାଙ୍କ କହିବା ଅନୁସାରେ, ଏହି ନୋଟ ଗୁଡ଼ିକରେ କରୋନା ଭାଇରସ 4ରୁ 5ଘଣ୍ଟା ପର୍ଯ୍ୟନ୍ତ ରହେ ତେଣୁ ଆପଣ ଯେତେ ପାରିବେ ନୋଟର ବ୍ୟବହାରରୁ ଦୂରେଇ ରୁହନ୍ତୁ ଯଦି ଏହା ବେଶି ଜରୁରୀ ହେଉଛି ତେବେ ନୋଟର ବ୍ୟବହାର ପରେ ହାତକୁ ଭଲରେ ଧୋଇବା ସହ ସାନିଟାଇଜର ବ୍ୟବହାର କରନ୍ତୁ ।
କେବଳ ସେତିକି ନୁହେଁ ଚିନ ଭଳି ଭାରତ ମଧ୍ୟ ଏହି ନୋଟ ସାନିଟାଇଜରେ ଲାଗି ପଡ଼ିଛି । ଜମା କରାଯାଉଥିବା ଟଙ୍କା ଗୁଡ଼ିକୁ ଭଲ ଭାବରେ ସାନିଟାଇଜ୍ କରିବାରେ ଲାଗିଛି ଯେପରି ଚିନ୍ କରୁଥିଲା । ଚିନର ଏକ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଚିନ୍ ତା ନୋଟ୍ ଗୁଡ଼ିକୁ ସାନିଟାଇଜ କରିବା ସହ 30 ମିନଟ୍ ଖରାରେ ରଖୁଥିଲା । ଏହାସହ ନୋଟଗୁଡ଼ିକୁ 14ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ମଧ୍ୟ ରଖୁଥିଲା ।

Latest Posts

Don't Miss