‘କରୋନା’ ବଦଳରେ ଜିଡିପିକୁ ଫ୍ଲାଟ୍ କରିଦେଲା ଲକଡାଉନ୍

1 min read

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଉଦ୍ୟୋଗପତି ବଜାଜ ଅଟୋର ଏମଡି ରାଜୀବ ବଜାଜ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ବେଳେ ରାଜୀବ ବଜାଜ ସମାଲୋଚନା କରିଛନ୍ତି । କରୋନା ଭାଇରସ୍ ସଂକ୍ରମଣରୁ ମୁକ୍ତି ପାଇଁ ଦେଶରେ ହୋଇଥିବା ଲକଡାଉନକୁ ‘ଡ୍ରେକୋନିୟନ୍’ ସହ ତୁଳନା କରିଛନ୍ତି ସେ । ଦୁନିଆରେ କୌଣସି ଦେଶ ଏଭଳି ଲକଡାଉନ୍ କରିଥିବା ମୁଁ ଶୁଣିନାହିଁ ବୋଲି କହିଛନ୍ତି ।

‘କରୋନା ବଦଳରେ ଖସିଲା ଜିଡିପି’

ରାଜୀବ ବଜାଜ କହିଛନ୍ତି, କରୋନା ସଂକ୍ରମଣରୁ ମୁକୁଳିବା ପାଇଁ ଭାରତ ପୂର୍ବ ବଦଳରେ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦେଖିଥିଲା । ଯେତେବେଳେ କି ସେମାନଙ୍କ ଭୌଗୋଳିକ ସ୍ଥିତି, ଜନ୍ମରୁ ରୋଗ ପ୍ରତିରୋଧକ ଶକ୍ତି, ତାପମାତ୍ରା ପୂରାପୁରି ଅଲଗା । ଭାରତ ପାଶ୍ଚାତ୍ୟ ଦେଶର ନକଲ କରିଥିଲା । ଆମେ ଲକଡାଉନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଚେଷ୍ଟା କରିଥିବା ବେଳେ କରିପାରି ନାହେଁ । କିନ୍ତୁ, ଅର୍ଥ ବ୍ୟବସ୍ଥାକୁ ଶୋଚନୀୟ କରିଦେଇଛେ । କରୋନାକୁ ନିପାତ ବଦଳରେ ଆମେ ଜିଡିପିକୁ ଖସାଇ ଦେଇଛେ ।

‘ଜାପାନକୁ ଦେଖିବାର ଥିଲା’

ସେ ଆହୁରି କହିଛନ୍ତି, ଆମକୁ ଜାପାନା ଓ ସ୍ୱିଡେନ୍ ନେଇଥିବା ପଦକ୍ଷେପ ଆପଣାଇବାର ଥିଲା । ସେମାନେ ହର୍ଡ ଇମ୍ୟୁନିଟି ଉପରେ ପ୍ରାଥମିକତା ଦେଇଥିଲେ । ଏହାର ଅର୍ଥ ନୁହେଁ ଆକ୍ରାନ୍ତଙ୍କୁ ମରିବାକୁ ଛାଡ଼ିଦେବା । ଏହାର ଅର୍ଥ- ସାନିଟାଇଜେସନ୍, ମାସ୍କ ବ୍ୟବହାର ସାମାଜିକ ଦୂରତ୍ୱକୁ ରକ୍ଷା କରିବା । ସ୍ୱିଡେନ୍ ଓ ଜାପାନ ଏହାର ପାଳନ କରିଥିବା ବେଳେ ଆମର ଏଠି ଅଧା ଲକଡାଉନ୍ ହୋଇଥିଲା ।

‘ଦୁନିଆରେ ନାହିଁ ଭାରତ ଭଳି ଲକଡାଉନ୍’

ଭାରତରେ ଲାଗୁ ହୋଇଥିବା ଲକଡାଉନକୁ ଡ୍ରକୋନିୟନ୍ କହିବା ସହ ଦୁନିଆରେ କୌଣସି ଦେଶ ଆମ ଭଳି ଲକଡାଉନ୍ କରିନଥିବା ରାଜୀବ ବଜାଜ କହିଛନ୍ତି । ଅନ୍ୟ ଦେଶରେ ଘରୁ ବାହାରକୁ ବାହାରିବା, ଜରୁରୀ ସାମଗ୍ରୀ କିଣିବା ଅଥବା ଆଉ କାହା ସହ ମିଶିବା ପାଇଁ ଅଧିକାର ଥିଲା । କିନ୍ତୁ, ଆମର ଏଠି ବାହାରକୁ ବାହାରିଥିବା ଲୋକଙ୍କୁ ପୋଲିସ ବଳ ପ୍ରୟୋଗ କରି ମାଡ଼ ମାରିଲା, ଅପମାନିତ କଲା । ଏପରିକି ବୟସ୍କ ବୃଦ୍ଧ ମଧ୍ୟ ଛାଡ଼ ପାଇଲେନି କାର୍ଯ୍ୟାନୁଷ୍ଠାନରୁ ।

‘ହେଲମେଟ ନଥିଲେ ଛାଡ଼, ମାସ୍କ ନଥିଲେ ମାଡ଼’

ଦୁନିଆରେ ସଡ଼କ ଦୁର୍ଘଟଣାରେ ଅଧିକ ମୃତ୍ୟୁ ଭାରତରେ ହେଉଛି । ଯଦି କୌଣସି ବ୍ୟକ୍ତି ହେଲମେଟ ନ ପିନ୍ଧି ଗାଡ଼ି ଚଲାଏ ତ ପୋଲିସ ୯୯.୯୯ ପ୍ରତିଶତ ମାମଲାରେ କିଛି କରେନାହିଁ । କିନ୍ତୁ, ମାସ୍କ ନ ପିନ୍ଧି କେହି ମର୍ଣ୍ଣିଂ ଅବା ଇଭିନିଂ ୱାକରେ ଗଲେ ତାଙ୍କୁ ମାଡ଼ ମରାଯାଉଛି । ସେମାନଙ୍କୁ ଅପମାନିତ କରିବାକୁ ରାସ୍ତା ଉପରେ ଉଠବସ୍ କରାଯାଉଛି । ହାତରେ ଦେଶଦ୍ରୋହୀ କାର୍ଡ ଧରାଇବା ସହ ମୁଁ ଗଧ ବୋଲି ଲେଖାଯାଉଛି ।

ରାହୁଲ ଗାନ୍ଧୀଙ୍କ ସହ କଥା ନହେବାକୁ କିଏ ରାଜୀବ ବଜାଜଙ୍କୁ ଚେତାବନୀ ଦେଇଥିଲେ ?

Leave a Reply