spot_img

Latest Posts

ଭୁବନେଶ୍ୱରର ଛାତ ଉପରେ ଇସ୍ରାଏଲର ଟେକନିକ, ବିନା ମାଟିରେ ହେଉଛି ପନିପରିବା ଚାଷ

ଭୁବନେଶ୍ୱର: ବିନା ମାଟିରେ ପନିପରିବା ଚାଷ। ହାଇଡ୍ରୋଫୋନିକ ପଦ୍ଧତିରେ ଚାଷ କଲେ କୃଷି ଗବେଷକ। ଇସ୍ରାଏଲର ଟେକନିକକୁ ଆପଣାଇ ସୃଷ୍ଟି କଲେ ସ୍ୱତନ୍ତ୍ର ପରିଚୟ  । ଭୁବନେଶ୍ୱରରେ ଛାତ ଉପରେ ସୁନାର ଫସଲ ଫଳାଇବାରେ ସଫଳ ହୋଇଛନ୍ତି ସୁବ୍ରତ ମହାନ୍ତି। ଏହା ଆରମ୍ଭ କରିବା ପୂର୍ବରୁ ତାଙ୍କୁ ସମସ୍ତେ ଏହା ଅସମ୍ଭବ ବୋଲି କହୁଥିଲେ। କିନ୍ତୁ ସେ କାହା କଥା ନଶୁଣି ଉନ୍ନତ ଜ୍ଞାନ କୌଶଳ ଉପରେ ଭରସା କରିଥିଲେ। ଏକ ଘରୋଇ କମ୍ପାନୀର ବଡ଼ ଚାକିରି ଛାଡ଼ି ଚାଷ ପ୍ରତି ମନ ବଳାଇଥିଲେ ସୁବ୍ରତ। ପ୍ଲାଷ୍ଟିକ ପାଇପ, ଏନଏଫଟି,ଏନଇଟି କପ ଓ କୋକପିଟର ସାହାର୍ଯ୍ୟରେ ସୁନ୍ଦର ଓ ଛନଛନିଆ ପନିପରିବା ,ଫଳ ଗଛ କରାଯାଇପାରିଛି। ଏ ନେଇ କୃଷିମନ୍ତ୍ରୀ ଙ୍କ ଠାରୁ ସଫଳ ଚାଷୀର ପୁରସ୍କାର ମଧ୍ୟ ପାଇଛନ୍ତି ସୁବ୍ରତ।

ପ୍ରଯୁକ୍ତି ଜ୍ଞାନ, ସୁଚନା ଓ ବିଭିନ୍ନ ସାମଗ୍ରି ମାଧ୍ୟମରେ ବିନା ମାଟିର ଏହି ଚାଷକୁ ଚାଷୀ ମାନଙ୍କ ପାଖରେ ପହଞ୍ଚାଇବେ ସୁବ୍ରତ। ହାଇଡ୍ରୋଫୋନିକ ପଦ୍ଦତିରେ ଏହି ଚାଷ ବନ୍ୟା ଓ ବର୍ଷାରୁ ରକ୍ଷା ହୋଇପାରିବ ବୋଲି କହିଛନ୍ତି  କୃଷି ଗବେଷକ ସୁବ୍ରତ ମହାନ୍ତି।

ସୁବ୍ରତଙ୍କୁ ଏକ୍ଷେତ୍ରରେ ପୁରା ସହଯୋଗ କରିଛନ୍ତି ତାଙ୍କ ଝିଅ ମନୁଶ୍ରୀ। ପାଇପ ଲଗାଇବା, ପାଣୀଦେବା ଓ ମାନସିକ ସ୍ତରରେ ବାପାଙ୍କୁ ସାହାର୍ଯ୍ୟ କରିଛନ୍ତି।

Latest Posts

Don't Miss