ବାତିଲ ହେଲା CTET ପରୀକ୍ଷା
1 min read
CTET Exam Postponed Due to Corona Pandemic

ଦିଲ୍ଲୀ: ବାତିଲ ହେଲା ସିଟିଇଟି ପରୀକ୍ଷା । ଗୁରୁବାର ସିବିଏସ୍ଇ ପକ୍ଷରୁ ସମସ୍ତ ପରୀକ୍ଷା ବାତିଲ ହୋଇଥିବା ବେଳେ ଆଜି ସିଟିଇଟି ପରୀକ୍ଷାକୁ ବାତିଲ କରାଯାଇଛି । ପରିସ୍ଥିତି ସୁଧୁରିବା ପରେ କେବେ ପରୀକ୍ଷା ହେବ ସେନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି । ପୂର୍ବରୁ ଏହା ଜୁଲାଇ ୫ ତାରିଖରେ କରିବା ପାଇଁ ସ୍ଥିର ହୋଇଥିଲା । CTET ବା Central Teachers Eligibility Testର ଏହା ୧୪ତମ ସଂସ୍କରଣ । କରୋନା ମହାମାରୀ ଯୋଗୁଁ ଏହି ପରୀକ୍ଷାକୁ ସ୍ଥଗିତ ରଖିଛି ସିବିଏସ୍ଇ ।
ସୁସ୍ଥ ଓ ଅନୁକୂଳ ବାତାବରଣ ହେଲେ ପରୀକ୍ଷା ତାରିଖ ଧାର୍ଯ୍ୟ କରାଯିବ । ଏହାର ଦୈନିକ ସୂଚନା ପାଇଁ CTET ୱେବସାଇଟ ଦେଖିବାକୁ CTET ନିର୍ଦେଶକ ତଥା CBSE ସଚିବ ଅନୁରାଗ ତ୍ରିପାଠୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀୟାଲ ।