ନିମ୍ନ ମାନର ବ୍ରିଜ୍ ନିର୍ମାଣ ଅଭିଯୋଗରେ ୬ ଇଞ୍ଜିନିୟରଙ୍କ ସହ ଠିକାଦାରଙ୍କୁ ବାନ୍ଧିଲା ଭିଜିଲାନ୍ସ
1 min read
କଟକ: ବର୍ଷ ଆରମ୍ଭରୁ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ । ନିମ୍ନ ମାନର କାମ ଅଭିଯୋଗରେ ବଡ଼ ବାବୁ ଓ ଠିକାଦାରଙ୍କୁ ବାନ୍ଧିଛି ଭିଜିଲାନ୍ସ । କଟକ ଭିଜିଲାନ୍ସ ଡିଭିଜନ ୭ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୬ ଜଣ ଯନ୍ତ୍ରୀଙ୍କ ସହ ଜଣେ ଠିକାଦାର ଅଛନ୍ତି ।

୬ ଯନ୍ତ୍ରୀଙ୍କ ମଧ୍ୟରେ ଜଣେ ଅଧିକ୍ଷଣ ଯନ୍ତ୍ରୀ, ଜଣେ ନିର୍ବାହୀ ଯନ୍ତ୍ରୀ, ୩ ଜଣ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଆକାଉଣ୍ଟ ଅଫିସର ଅଛନ୍ତି । କଟକ ତାଳଦଣ୍ଡା ସେତୁ କାମରେ ଅନିୟମିତତା ଅଭିଯୋଗ ପରେ ହାଇକୋର୍ଟ ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କଟକ ଭିଜିଲାନ୍ସ ଡିଭିଜନ ଅଭିଯୋଗର ତଦନ୍ତ କରି ଆଜି ୭ ଜଣଙ୍କୁ ଗିରଫ କରିଛି ।

ସେମାନେ ହେଲେ ପୂର୍ବତନ ଅଧିକ୍ଷଣ ଯନ୍ତ୍ରୀ ବିମଳ ପ୍ରସାଦ ଦାସ, ପୂର୍ବତନ ନିର୍ବାହୀ ଯନ୍ତ୍ରୀ ସୁଧୀର ପଣ୍ଡା, ଆସିଷ୍ଟାଣ୍ଟ ଇଞ୍ଜିନିୟର ରଜନୀ ଦଳବେହେରା, ରବି ନାରାୟଣ ସାହୁ, ରଞ୍ଜନ ଦେବତା, ଆକାଉଣ୍ଟ ଅଫିସର ଅବନିକାନ୍ତ ରାଉତ । ଗିରଫ ହୋଇଥିବା ଠିକାଦର ଜଣକ ହେଲେ ତୃପ୍ତି ଦେବତତା । ତୃପ୍ତି ଆସିଷ୍ଟାଣ୍ଟ ଇଞ୍ଜିନିୟର ରଞ୍ଜନ ଦେବତାଙ୍କ ଭାଇ ବୋଲି ଭିଜିଲାନ୍ସ ସୂଚନା ଦେଇଛି ।