କୋଲକାତା ନାଇଟ୍ ରାଇଡର୍ସ ବିଜୟରେ ରୋକ୍ ଲଗାଇଲା ଚେନ୍ନାଇ ସୁପର କିଙ୍ଗ୍ସ

ନନ୍ଦିଘୋଷ ବ୍ୟୁରୋ: ଚଳିତ ଆଇପିଏଲ ସିଜିନରେ କୋଲକାତା ନାଇଟ ରାଇଡର୍ସ ଦମଦାର ପ୍ରଦର୍ଶନ କରିବା ସହ ନିଜର ପ୍ରଥମ ତିନୋଟି ମ୍ୟାଚ୍ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ସିଏସକେ ବିପକ୍ଷରେ ଖେଳିଥିବାବେଳେ ବିଜୟରେ ବ୍ରେକ୍ ଲାଗିଛି । ସୋମବାର ଖେଳାଯାଇଥିବା ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ କୋଲକାତା ପ୍ରଶଂସକଙ୍କୁ ନିରାଶ ହେବାକୁ ପଡ଼ିଛି । ଚେନ୍ନାଇ ୧୪ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ବିଜୟୀ ହୋଇ ନିଜ ପୁରୁଣା ଫର୍ମ ଫେରିପାଇଛି। ୫ଟି ମ୍ୟାଚରୁ ତୃତୀୟ ବିଜୟ ହାସଲ କରିଛି ଚେନ୍ନାଇ । ତେବେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ଚେନ୍ନାଇ କୋଲକାତାକୁ ୧୩୭ ରନରେ ସୀମିତ ରଖିଥିଲା । ବଡ଼ ବଡ଼ ସଟ୍ ଖେଳୁଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟ୍ସମ୍ୟାନଙ୍କ ହାତ ଖୋଲିବାକୁ ଦେଇନଥିଲେ ଚେନ୍ନାଇ ବୋଲର । ଜାଡେଜା ଏବଂ ତୁଷାର ଦେଶ ପାଣ୍ଡେ ତିନୋଟି ଲେଖାଏଁ ଓ୍ବିକେଟ ଅକ୍ତିଆର କରିଥିଲେ । ସେପଟେ ୧୩୮ ରନର ବିଜୟ ଲକ୍ଷକୁ ୧୪ ବଲ ପୂର୍ବରୁ ପୂରଣ କରିଥିଲା ଚେନ୍ନାଇ । ଅଧିନାୟକ ଋତୁରାଜ ଗାଏକ୍ବାଡ ଅର୍ଦ୍ଧଶତକୀୟ ପାଳି ଖେଳିବାରେ ସମର୍ଥ ହୋଇଥିଲେ ।