ରାଉରକେଲାରେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ, ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ କଲେ ତଦାରଖ

1 min read

ରାଉରକେଲା: ରାଉରକେଲାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ । ବିପିୟୁଟି ପରିସରରେ ନିର୍ମିତ ହେଉଥିବା ଦେଶର ସର୍ବବୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି । ଷ୍ଟାଡିୟମ ବୁଲି ଦେଖିବା ସହ ଜାରି ରହିଥିବା କାମର ଅନୁଧ୍ୟାନ କରିଛନ୍ତି । ଏହା ସହ ବିଭାଗୀୟ ଓ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ୨୦୨୨ ଜୁଲାଇ ସୁଦ୍ଧା ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସହ କ୍ରୀଡା ସଚିବ ଭିନୀଲ କ୍ରିଷ୍ଣା, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମର କମିଶନର ଶୁଭଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଅଛନ୍ତି । ଏହି ଅବସରରେ ରାଉରକେଲା ଛେଣ୍ଡ କଲେନୀ ଭିଏସଏସ ମାର୍କେଟରେ ନିର୍ମିତ ଶୀତଳ ଭଣ୍ଡାର ପରିଦର୍ଶନ କରିଥିଲେ । ଏହାର ପରିଚାଳନା ଦାୟିତ୍ୱରେ ଥିବା ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।