କ୍ରିପ୍ଟୋ କରେନ୍ସି ଉପରେ ସଂସଦରେ ବିଲ୍ ଆଣିବେ ମୋଦି ସରକାର

ନୂଆଦିଲ୍ଲୀ: କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏହି ପ୍ରସଙ୍ଗରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ରିର୍ଜଭ ବ୍ୟାଙ୍କ, ଅର୍ଥ ମନ୍ତ୍ରଣାଳୟ ଓ ଗୃହ ମନ୍ତ୍ରଣାଳୟର ପରାମର୍ଶ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନ୍ତ୍ରଣାଳୟ କ୍ରିପ୍ଟୋ କରେନ୍ସକୁ ନେଇ ବିଭିନ୍ନ ଦେଶ ତଥା ବିଶ୍ବର ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ । କ୍ରିପ୍ଟୋ କରେନ୍ସିକୁ ନେଇ ଏକ ବଡ଼ ନିଷ୍ପତି ନେବାକୁ ଯାଉଛି । ରିପୋର୍ଟ ଅନୁସାରେ କ୍ରିପ୍ଟୋ କରେନ୍ସିକୁ ନେଇ କେନ୍ଦ୍ର ସରକାର ଏକ ବିସ୍ତୃତ ବିଲ୍ ଆଣିବାକୁ ଯୋଜନା କରୁଛି । ଯାହାକୁ ଆଗାମୀ ସଂସଦର ଶୀତ ଅଧିବେସନରେ ଉପସ୍ଥାପନ କରାଯିବ । କ୍ରିପ୍ଟୋ କରେନ୍ସକୁ ନେଇ ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଆସନ୍ତା ନଭେମ୍ବର ୧୫ରେ ଆଉ ଏକ ବୈଠକ କରିବାକୁ ଯାଉଛି ଯେଉଁ ବୈଠକରେ ଏହାର ସମସ୍ତ ଦିଗ ଉପରେ ବିଚାର କରାଯିବ ।

ବାସ୍ତବରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କ୍ରିପ୍ଟୋ କରେନ୍ସକୁ ନେଇ ନିଜର ପକ୍ଷ ସରକାରଙ୍କ ପାଖରେ ରଖିସାରିଛି । ସେହିପରି କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର ଡିଜିଟାଲ ସମ୍ପତ୍ତି ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛି କି ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଆମେ ବହୁତ ଚିନ୍ତାରେ ରହିଛୁ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶଙ୍କ କହିଛନ୍ତି କି ଭର୍ଚୁଆଲ ମୁଦ୍ରାକୁ ନେଇ ଆରବିଆଇର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । କ୍ରିପ୍ଟୋ କରେନ୍ସକୁ ଯାହା ଅସୁବିଧା ରହିଛି ଆମେ ସରକାରଙ୍କୁ ଜଣାଇଛୁ । ତେବେ ଏହି ସବୁ ଡିଜିଟାଲ ମୁଦ୍ରାକୁ ନେଇ ନିବେଶକମାନେ ସତର୍କ ରହିବାକୁ କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । କିନ୍ତୁ ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ବିପକ୍ଷରେ ଚୀନ ପରି ଆଭିମୁଖ୍ୟ ଆପଣେଇବେ ନାହିଁ । ଚୀନ ଡିଜିଟାଲ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇଛି । କିନ୍ତୁ ଏପରି ଆଭିମୁଖ୍ୟ ଗ୍ରହଣ କରିବ ନାହିଁ ଭାରତ ସରକାର । ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ନେଇ ଏକ ନିୟାମକଙ୍କ ସପକ୍ଷରେ ରହିଛନ୍ତି । ଏହାର ଅର୍ଥ ହେଉଛି ଭାରତ ସରକାର କ୍ରିପ୍ଟୋ କରେନ୍ସିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରିବ ନାହିଁ ।

ଏହି ଡିଜିଟାଲ ସମ୍ପତ୍ତିକୁ ମୁଦ୍ରା କିମ୍ବା ପୁଞ୍ଜି ବିନିଯୋଗ ସମ୍ପତ୍ତି ଭାବରେ ବ୍ୟବହାର କରୁଛି କି ନାହିଁ ତାହା ସରକାର ସମାଧାନ କରିବାକୁ ଆବଶ୍ୟକ କରୁଛନ୍ତି । ସୂଚନା ଅନୁସାରେ କ୍ରିପ୍ଟୋକୁ ଦେଶରେ ମୁଦ୍ରା ସ୍ଥିତି ପାଇବାରେ କମ୍ ସମ୍ଭାବନା ରହିଛି । କିନ୍ତୁ ଯଦି ଏହାକୁ ଠିକ୍ ଭାବରେ ନିୟନ୍ତ୍ରିତ କରାଯାଏ ତେବେ ଏଥିରୁ ଭଲ ଟ୍ୟାକ୍ସ ସଂଗ୍ରହ କରାଯାଇପାରିବ । ଆରବିଆଇ ଅନୁଯାୟୀ କ୍ରିଫ୍ଟୋକରେନ୍ସି ଦେଶର ଆର୍ଥିକ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରିପାରେ । କେନ୍ଦ୍ରୀୟ ବ୍ୟାଙ୍କ ବି ସେମାନଙ୍କ ବଜାର ମୂଲ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଗତ ବୁଧବାର କ୍ରିପ୍ଟୋ କରେନ୍ସିକୁ ଅନୁମିତ ଦେବା ବିରୋଧରେ ନିଜର ମତକୁ ଦୋହରାଇ କହିଛନ୍ତି କି ଯେକୌଣସି ଆର୍ଥିକ ବ୍ୟବସ୍ଥା ପାଇଁ ଏହା ଗୁରୁତର ବିପଦ ଅଟେ । କାହିଁକି ନା ଏହା କେନ୍ଦ୍ରୀୟ ବ୍ୟାଙ୍କ ଦ୍ବାରା ନିୟନ୍ତ୍ରିତ ନୁହେଁ । ତେବେ କ୍ରିପ୍ଟୋ କରେନ୍ସିକୁ ନେଇ ଆରବିଆଇର ଆଭ୍ୟନ୍ତରୀଣ ରିପୋର୍ଟ ଆସନ୍ତା ମାସରେ ଆସିବ ବୋଲି ଆଶା କରାଯାଉଛି ।

ବାସ୍ତବରେ ନଭେମ୍ବର ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ହୋଇଥିବା ବୈଠକରେ ମିଛ ପ୍ରତିଶୃତି ଦେଉଥିବା ସ୍ବଚ୍ଛ ବିଜ୍ଞାପନ ମାଧ୍ୟମରେ ଯୁବକଙ୍କୁ ବିଭ୍ରାନ୍ତ କରିବା ବନ୍ଦ କରନ୍ତୁ ବୋଲି ଏହି ବୈଠକରେ ଗୁରୁତ୍ବ ଦିଆଯାଇଥିଲା । କ୍ରିପ୍ଟୋ କରେନ୍ସିକୁ ନେଇ ସରକାର ବିଶେଷଜ୍ଞ ଓ ଷ୍ଟେକ ହୋଲ୍ଡର୍ସଙ୍କ ସହ ଲଗାତର ଭାବରେ ଆଲୋଚନା ଜାରି ରହିବ । ଏହି ବୈଠକରେ ଏହା ମଧ୍ୟ ଆଲୋଚନା କରାଯାଇଥିଲା ଯେ ଅସ୍ଥାୟୀ କ୍ରିପ୍ଟୋ ମାର୍କେଟକୁ ଅର୍ଥ ହେରଫେର ତଥା ଆତଙ୍କବାଦୀ ପାଣ୍ଠିର ଅସ୍ତ୍ର ହେବକୁ ଦିଆଯିବ ନାହିଁ । ଅନ୍ୟପକ୍ଷରେ ସରକାର ବିଶ୍ବାସ ରହିଛି ଯେ କ୍ରିପ୍ଟୋ କରେନ୍ସି ହେଉଛି ଏମିତି ଏକ ପ୍ରଯୁକ୍ତିବିଦ୍ୟା ଯାହା ଲଗାତର ଭାବରେ ବିକଶିତ ହେଉଛି । ସେଥିପାଇଁ ଏହା ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ । ଏହି ପ୍ରସଙ୍ଗରେ ସରକାର ଯାହା ପଦକ୍ଷେପ ନେବ ତାହା ପ୍ରଗତିଶୀଳ ଓ ଭବିଷ୍ୟତକୁ ଧ୍ୟାନରେ ରଖି ନିଆଯିବ ବୋଲି ଏହି ବୈଠକରେ ନିଷ୍ପତି ହୋଇଛି ।

Leave a Reply