ମୋ ବସ୍ ସେବାକୁ ଜାତୀୟ ସ୍ୱୀକୃତି, ମିଳିଲା ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ

1 min read

ନୂଆଦିଲ୍ଲୀ: ଓଡ଼ିଶାର ମୋ ବସ୍ ସେବାକୁ ମିଳିଲା ଜାତୀୟ ସ୍ୱୀକୃତି। କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌)କୁ ମିଳିଲା ସିଟିଜ୍ ଆୱାର୍ଡ଼। ସ୍ମାର୍ଟ ସଲ୍ୟୁସନ ଚାଲେଞ୍ଜ ଆଣ୍ଡ ଇନକ୍ଲୁସିଭ ସିଟିଜ୍ ସମ୍ମାନ ଗ୍ରହଣ କଲା କ୍ରୁଟ୍ । ୨୦୨୨ରେ ଉଲ୍ଲେଖନୀୟ ପଦକ୍ଷେପ ପାଇଁ କ୍ରୁଟକୁ ଏହି ସମ୍ମାନ ମିଳିଛି । ଜୁଲାଇ ୨୬ରେ କରାଯାଇଥିଲା ଘୋଷଣା । ଗୁରୁବାର ବିଦ୍ଧିବଦ୍ଧ ଭାବେ ଏହି ପୁରସ୍କାର ପ୍ରଦାନ କରାୟାଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ କାର୍ୟ୍ୟକ୍ରମରେ କ୍ରୁଟ୍ ଜେନେରାଲ ମ୍ୟାନେଜର ଦିପ୍ତୀ ମହାପାତ୍ର ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟର ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କଠାରୁ ସମ୍ମାନ ଗ୍ରହଣ କରିଛନ୍ତି ।

ଲୋକଙ୍କ ସହଜ ଯାତାୟତ ଓ ବଜାରର ଚାହିଦା ଅନୁସାରେ କ୍ରୁଟ୍ ମୋ ବସ୍ ସେବାର ଅଭିନବ ଓ ନିପାଦ ୟାତ୍ରା ଯୋଗାଇ ଦେଉଛି । ନିଜ ଗାଡ଼ି ଛାଡ଼ି ଲୋକ ବ୍ୟବହାର କରୁଛନ୍ତି ମୋ ବସ୍ । କ୍ରୁଟ୍ ଏକମାତ୍ର ସହରା଼୍ଚଳ ପରିବହନ ସେବା ପ୍ରଦାନକାରୀ ସଂସ୍ଥା ଭାବେ ବରିଷ୍ଠ ନାଗରିକ ଯାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍ ସହ ଟିକେଟ୍ ମବଲ୍ୟରେ ୫୦ପ୍ରତିଶତ ରିହାତି ହେଉଛି । ମହିଲାଙ୍କ ପାଇଁ ସିଟ୍ ସଂରକ୍ଷଣ ସହ ଦିବ୍ୟାଙ୍ଗ ୟାତ୍ରୀଙ୍କ ଟିକେଟ୍ ମୂଲ୍ୟରେ ରିହାତି ବ୍ୟବସ୍ଥା ହୋଇଛି ।